ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ବର୍ଷା ଦିନ ପୂର୍ବରୁ ସମସ୍ତ ବ୍ଳକ ବିଭାଗ ସତର୍କ ରହିବା ପାଇଁ ଦେଲେ ନିର୍ଦ୍ଦେଶ

ପ୍ରତ୍ୟେକ ପରିବାରକୁ ୨୪ଘଣ୍ଟିଆ ପାଣି ଯୋଗାଣ ପାଇଁ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ବୁଧବାର ସନ୍ଧ୍ୟାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବର୍ଷା ଦିନ କୁ ଆଖି ଆଗରେ ରଖି ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା , ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ରେ ଘରେ ଘରେ ୨୪ ଘଣ୍ଟା ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭିତ୍ତିଭୂମି ର ସମସ୍ୟା ଥିଲେ ତୁରନ୍ତ ଡିପିଆର ପ୍ରସ୍ତୁତ କରି ସରକାରଙ୍କୁ ଦେବା ପାଇଁ କହିଛନ୍ତି। ଏହା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ମହିଳା ଓ ଶିଶୁ ବିକାଶ ଯୋଜନା ର ସଫଳ ରୂପାୟନ, ଜଳଛାୟା, କୃଷି, ଉଦ୍ୟାନ, ଖାଦ୍ୟ ଯୋଗାଣ, ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ବିଦ୍ୟୁତ ସଂଯୋଗ ନଥିବା ସମ୍ପର୍କ ରେ ବିଭାଗ କୁ ତାଗିଦ କରିବା ସହ ମନ୍ତ୍ରୀ ଗଭୀର କ୍ଷୋଭ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଗ୍ରାମାଞ୍ଚଳ କୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପର କାର୍ଯ୍ୟ ୨୦୨୩ ମଧ୍ୟରେ ଶେଷ ହେବାର ଥିଲା ବେଳେ ୨୦୨୫ ମଧ୍ୟରେ କାମ ସାରିନଥିବାରୁ ଏବଂ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅହେତୁକ ବିଳମ୍ବ ହେଉଥିବାରୁ ଏହି କାର୍ଯ୍ୟର ପ୍ରକଳ୍ପ ଠିକା ସଂସ୍ଥା ଉପରେ କ୍ଷୋଭ ପ୍ରକାଶ କରିଥିଲେ l ଏହି ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ବାଲିଗୁଡ଼ା ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଜି ଉଦୟଗିରି ଅଧକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଫୁଲବାଣୀ ପିଏ ଆଇଟିଡିଏ ଗଦାଧର ପାତ୍ର,ସମେତ ଜିଲ୍ଲା ର ସମସ୍ତ ବିଭାଗ ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ମନ୍ତ୍ରୀ ଙ୍କ ଗ୍ରସ୍ତ କୁ ନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ବୁଧବାର ୪ଟା ସମୟ ରେ ଜି ଉଦୟଗିରି ରେ କାର୍ଯ୍ୟକ୍ରମ ସାରି ବାଲିଗୁଡ଼ା ଆସିଥିବା ବେଳେ ଦଳୀୟ କର୍ମୀ ଓ ନେତା ତାଙ୍କୁ ଏକ ଏକ ବାଇକ ରାଲି ମାଧ୍ୟମରେ ସ୍ବାଗତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.