ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ
ନୂଆପଡା,୫/୮ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓ କାଶ୍ମୀର ରୁ ଧାରା ୩୭୦ ଓ ଧାରା ୩୫ (କ) ଉଛେଦକୁ ମଂଜୁର କରିବା ପରେ ଦେଶ ସାରା ଖୁସିର ଲହରୀ ଖେଳି ଯାଇଥିବା ବେଳେ ନୂଆପଡା ଯୁବ ଗୋଷ୍ଠୀ ସ୍ଥାନୀୟ ପୁଜା ଫର୍ଣ୍ଣିଚର ୱାର୍ଲ୍ଡ ଦୋକାନ ପାଖରେ ଏକତ୍ରିତ ହୋଇ ପରସ୍ପରକୁ ମିଷ୍ଟର୍ଣ୍ଣ ଖୁଆଇ ଓ ବାଣ ଫଟାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପକୁ ନେଇ ସହର ବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଧିପନା ଦେଖା ଦେଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ଇତିହାସ ସୃଷ୍ଟି କରିଥିବା ପଦକ୍ଷେପକୁ ବିଜେପି ଯୁବ ନେତା ସୌରଭ ଜୈନ, ହେମନ୍ତ କର,
ସୁରେନ୍ଦ୍ର ମିଶ୍ର, ଶ୍ରୀରାମ ମିଶ୍ର, ଅମୀୟ ପାଣିଗ୍ରାହୀ, ରିତେଶ ମାଝୀ ଏବଂ ସମାଜସେବୀ ଶଙ୍କର ଲାଲ ଜୈନ ଓ ହିମେନ୍ଦ୍ର ଜୈନ ମଧ୍ୟ ସ୍ୱାଗତ ଜଣାଇଛନ୍ତି ।