ଖରିଫ୍‌କୁ ବଳିଗଲା ରବି ଯନ୍ତ୍ରଣା; ମଣ୍ଡିରେ ଭିଜୁଛି ଧାନ, ସରକାର ବେଫିକର -ସମାଜବାଦୀ ପାର୍ଟି

ଓଡିଆ ବାର୍ତ୍ତା/ ଭୁବନେଶ୍ବର: ଖରିଫର ଯନ୍ତ୍ରଣା ଲାଘବ ହୋଇ ନାହିଁ ଏପଟେ ରବି ଯନ୍ତ୍ରଣାରେ କଇବଲ ହେଉଛନ୍ତି ଚାଷୀ । ଧାନ ବିକ୍ରି ବେଳେ ଅହେତୁକ କଟନିଛଟନି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ତୀବ୍ର ଋପ ଧାରଣ କରିଛି । ଏକପକ୍ଷରେ ଚାଷୀଙ୍କୁ ଧାନ କ୍ରିଣ୍ଟାଇ ପିଛା ୮୦୦ ଟଙ୍କା ଅଧ‌ିକ ଦିଆଯାଉଛି ବୋଲି ସରକାର ଘଣ୍ଟ ପିଟୁଥିବାବେଳେ ଚାଷୀ ନିଜର ଅମଳ ଧାନକୁ ଠିକ୍ ଭାବେ ବିକ୍ରି କରିପାରୁନି ।ସେହିଭଳି ଟୋକନ୍ ମିଳିବା ପରେ ବି ଧାନ କଣ୍ଟା ହେଉନି । ମଣ୍ଡିଗୁଡ଼ିକରେ ଧାନ ଦିନ ଦିନ ଧରି ଖୋଲା ଆକାଶ ତଳେ ପଡ଼ି ରହୁଛି । ବର୍ଷା ଯୋଗୁଁ ଚାଷୀ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିଥିଲେ ବି ଓଦା ହେବାରୁ ଧାନର ମାନ ହ୍ରାସ ପାଉଛି ।

Omkar Vasthu
Omkar Vasthu

ଖରିପ୍‌ରେ ଏହି ସମସ୍ୟା ଉପୁଜିଥିଲା ବୋଲି ରବିରେ ଏହାର ସୁଧାର ଆଣିବା ପାଇଁ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ଧାନ କିଣିବା ପୂର୍ବରୁ ସମୀକ୍ଷା ବୈଠକରେ ବି ଏବାବଦରେ ଆଲୋଚନା ହୋଇଥିଲା । ମାତ୍ର ତୃଣମୂଳସ୍ତରରେ କାର୍ଯ୍ୟକାରୀ ହୋଇପାରିଲାନି । ଏହାକୁ ନେଇ ରାଜ୍ୟବ୍ୟାପୀ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କଲେ ବି ସରକାରଙ୍କ ନିଘା ନାହିଁ ।

Pearl dental clinic
Near Ashish Medical Store, Bhawanipatna

ମେ’ ୧୪ରୁ ରବି ଧାନ କିଣା ଆରମ୍ଭ ହୋଇଛି ଓ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ କିଣାଯାଉଛି । ମାତ୍ର ରାଜ୍ୟବ୍ୟାପୀ ମାଳମାଳ ସମସ୍ୟା ଥିଲେ ହେଁ ସରକାର ଏଥିପ୍ରତି ସାମାନ୍ୟତମ ଧାନ ଦେଉ ନ ଥିବା ଅଭିଯୋଗ ଅଭିଯୋଗ କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ।

Udyog Nursery
Udyogi Nursery

ଏନେଇ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ ସରକାରଙ୍କ ଚାଷୀ ମାରଣ ନୀତିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କ୍ଷମତାକୁ ଆସିଲେ ବିଜେପି ପ୍ରଥମେ ଚାଷୀଙ୍କ ସମସ୍ୟା ଦୂର କରିବ ବୋଲି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଚାଷୀଙ୍କ ସମସ୍ୟା ଦୂର କରିବା ବଦଳରେ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି ଏହି ସରକାର । ମଣ୍ଡିରୁ ଧାନ ଉଠିବା ନେଇ ବାରମ୍ବାର ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ।

ରାଜ୍ୟରେ ସମସ୍ତ ମଣ୍ଡିରେ ଲକ୍ଷାଧିକ ଧାନ ପ୍ୟାକେଟ ପଡିରହିଛି । ବର୍ଷାରେ ବି ଭିଜୁଛି । ଚଳିତ ରବି ଋତୁ ଧାନ କ୍ରୟ ପାଇଁ ଚାଷୀ ଧାନ ଅମଳ କରି ସାରିଥିବା ବେଳେ ସରକାର ଟାର୍ଗେଟ ଦେଇନଥିବାରୁ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେଉଛି ଯାହା ଭାଜପା ସରକାରର ଚାଷୀଙ୍କୁ ଧୋକା ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.