ଦୁର୍ଘଟଣାରେ ମୃତ ବିମାନ ଯାତ୍ରୀଙ୍କୁ କଳାହାଣ୍ଡି ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁଜରାଟର ଅହମ୍ମଦାବାଦ ଠାରେ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀମାନଙ୍କୁ ଆଜି କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ପାଇଁ ବିଜେଡ଼ି କର୍ମୀମାନେ ନିରବ ପ୍ରାର୍ଥନା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜାକୀର ହୁସେନ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ପୂର୍ବତନ ପୌର ଉପାଧ୍ୟକ୍ଷା ସବିତା ପ୍ରଧାନ, ଧବଳେଶ୍ଵର ମହାପାତ୍ର, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, ପ୍ରେମ ରଞ୍ଜନ ପାଣିଗ୍ରାହୀ, ସାମନ୍ତ ଖମାରୀ, ଉଦୟ ସୁନାନୀ, ହାରାମଣୀ ଗଣ୍ଡ, ଜୟଶ୍ରୀ ଅଗ୍ରୱାଲ, ସମିତା ନାୟକ, ରାଜୀବ ଲୋଚନ ଶତପଥି, କ୍ଷିରସିନ୍ଧୁ ନାଏକ, ଚିରାଗ ସିଂହଦେଓ, ଶିବା ସାହୁ, ମହେନ୍ଦ୍ର ରାଉତ,ପ୍ରଦୀପ ପ୍ରଧାନ, ରଞ୍ଜୁକ୍ତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.