ଗାଁମାନଙ୍କରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲଜ ଅନ୍ତର୍ଗତ ଟିକିରି ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଦୁଇଗୋଟି ସ୍ଵଜଳ ପ୍ରକଳ୍ପ ଓ ପାଞ୍ଚଗୋଟି ସୌରାଚାଳିତ ନଳକୂପ ଉଦ୍ଘାଟିତ ହୋଉଯାଇଛି ।

Omkar Vasthu
Omkar Vasthu

ଉତ୍କଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ ସମେତ କାରଖାନା ସିଏସଆର ବିଭାଗ କର୍ମକର୍ତା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ କାଳିଆ ଚାଁଚେରା ଓ ରୟାଲଘାଟି ଗାଁରେ ଉପସ୍ଥିତ ରହି ଜଳ ଯୋଗାଣ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଦୀର୍ଘ ଦଶନ୍ଧିରୁ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ନ ପାଇ ସ୍ଥାନୀୟ ଝରଣା ଓ ନାଳ ପାଣି ଉପରେ ନିର୍ଭରଶୀଳ ଥିଲେ। ପାନୀୟ ଜଳ ନ ମିଳିବାରୁ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳ ବାହକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇ ମର୍ତ୍ୟୁ ସହ ସଂଗ୍ରାମ କରିଥାନ୍ତି।

Udyog Nursery
Udyogi Nursery

ସମ୍ପ୍ରତି ସମସ୍ୟା ଦୀର୍ଘଦିନରୁ ଚାଲିଥିବା ବେଳେ ଉତ୍କଳ ଆଲୁମିନା ତରଫରୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଆଗକୁ ଆସି ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଦୁଇଟି ଗ୍ରାମରେ ଲୋକଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଦୁଇଗୋଟି ସ୍ଵଜଳ ଧାରା କାର୍ଯ୍ୟକ୍ଷମ କରାଯାଇଛି।

ସେହିପରି ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚ ଗୋଟି ସୌରଚାଳିତ ନଳକୂଅ କାର୍ଯ୍ୟକ୍ଷମ କରାଯାଇଛି। ଉତ୍କଳ ଆଲୁମିନା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। କମ୍ପାନୀର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଗାଁ ଲୋକେ ପ୍ରଶଂସା କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ମାଳିଆ ମାଝୀ କହିଛନ୍ତି ଗାଁ ରେ ଲୋକେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାହିଁ ନ ଥିବା କଷ୍ଟ ସ୍ୱୀକାର କରୁଥିଲେ।

ବର୍ଷା ଦିନେ ପ୍ରାକୃତିକ ଜଳ ଉତ୍ସ ଦୂଷିତ ହୋଇଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁ ଲୋକେ ସମସ୍ୟାରେ ଜର୍ଜରିତ ହୋଇଥିଲେ। ଉତ୍କଳ ଆଲୁମିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ଗାଁ ଲୋକେ ପ୍ରଥମ ଥର ସୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.