ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତ ଦାତା ଦିବସ-୨୦୨୫ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେମିନାର ହଲ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରକ୍ତ ଦାତା ଦିବସ-୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡ଼ା ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗାଦତ୍ତ ଦାସ ଓ ସୋନପୁର ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଅଧୀକ୍ଷକ ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରକ୍ତ ଦାନ କରିବା, ନୁଆ ଆଶା ଭରିବା, ସମ୍ମିଳିତ ପ୍ରୟାସରେ ପ୍ରାଣ ରକ୍ଷା କରିବା ଉପରେ ବିଷଦ ଭାବରେ ଆଲୋଚନା କରି ଆମେ ସମସ୍ତେ ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶା ଯୁକ୍ତ ଖାଦ୍ୟରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା , ଧୁମପାନରୁ ସମ୍ପୂର୍ଣ ମାତ୍ରାରେ ମୁକ୍ତ ରହିବା, ଯୋଗ ଓ ଧ୍ୟାନ ଅଭ୍ୟାସ କରିବା ଉପରେ ସମସ୍ତ ଙ୍କୁ ସଚେତନତା ବାର୍ତା ପ୍ରଦାନ କରିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ସୁସ୍ଥ ସୁନ୍ଦର ସମାଜ ଗଠନ ସମ୍ଭବ ହୋଇ ପାରିବା ଉପରେ ବୁଝାଇଥିଲେ l ଆଜିର ଦିବସ ଅବସରରେ ସେଠାରେ ୧୫ଜଣ ବ୍ୟକ୍ତି ବିଶେଷ ରକ୍ତ ଦାନ କରିଥିଲେ l ଉକ୍ତ ସଭାରେ ବିଭିନ୍ନ ସାମାଜିକ ତଥା ସ୍ବେଛାସେବୀ ସଂଗଠନ ର ମୁଖ୍ୟ କର୍ମକର୍ତା ବୃନ୍ଦ, ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ, ନର୍ସିଂ ଅଫିସର, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ଜଗତ ଦରୱାନ ସହଯୋଗ କରିଥିଲେ l ଉକ୍ତ ସଭାରେ ଜୀବନ ଯାକ ମଧ୍ୟରେ ୫୨ ଥର ରକ୍ତଦାନ କରି ନୂତନ ରକ୍ତଦାତାଙ୍କୁ ପ୍ରେରଣା ଯୋଗାଇ ଥିବା ପୋଲିସ ହାବିଲଦାର ମନୋଜ ପଣ୍ଡା, ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୁଢାରଜା ୟୁଥ ଆସୋସିଏସନ ର ଶିବ ଶଙ୍କର ନାଏକ, ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛଭାରତ ସଂଗଠନ ର କୋଡ଼ିନେଟର ମନୋରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ନୂତନ ରକ୍ତ ଦାତାଙ୍କୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ l ଜିଲ୍ଲା ପୋଲିସ ଆସୋସିଏସନ ର ସଭାପତି ଶ୍ରୀ ଦିନେଶ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.