ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ବ ପରିବେଶ ଦିବସରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସଦର ଵ୍ଲକ ଅନ୍ତର୍ଗତ ଖାନନଗର କ୍ରିକେଟ୍ ପଡିଆରେ ପୁରାତନ ବିଦ୍ୟାର୍ଥୀ ପରିଷଦ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସାଉଁ ତରଫରୁ ବିଶ୍ବ ପରିବେଶ ଦିବସରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିବା ସହ ସହିତ ଉପସ୍ଥିତ ଗ୍ରାମବାସୀ ଓ ପୁରାତନ ଛାତ୍ର, ଛାତ୍ରୀମାନଙ୍କୁ ଉଦ୍ଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜିକ କର୍ମୀ ଗୋପାଳ ପଢିଆରୀ, ବରିଷ୍ଠ ଆଇନଜୀବୀ ଵିଜୟ ଦାସ, ପରିଷଦର ସଭାପତି ଜଳଧର ସାମଲ, ଉପଦେଷ୍ଟା ହେମେନ୍ଦ୍ର ବୁଗୁଡେଇ, ସଂପାଦକ ସୁଧାକର ସେଠୀ, ପରିଷଦର ବରିଷ୍ଠ କର୍ମକର୍ତ୍ତା ଓ ଶୁଭେଚ୍ଛୁ ଅଜୟ ଦାସ, ଅନୀଲ ରଞ୍ଜନ ଜେନା, ସତ୍ୟବ୍ରତ ସ, ସାବିତ୍ରୀରାଣୀ ଦାସ , ସାବ୍ୟସାଚୀ ପ୍ରଧାନ, ଜନ୍ମେଜୟ ଜେନା,ପ୍ରଣଵପ୍ରକାଶ ଦାସ, ବିଶ୍ଵଜିତ ସେଠୀ, ନିତ୍ୟାନନ୍ଦ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ସ୍ମୃତିରଞ୍ଜନ ପୁହାଣ, ଦିବ୍ୟରଂଜନ ମଲ୍ଲିକ ଓ ସ୍ଥାନୀୟ ଗ୍ରାମବାସୀ ଗଜେନ୍ଦ୍ର ମଲ୍ଲିକ, ଶମ୍ଭୁଆ ଦଳେଇ, ଟୁଟୁ ଦଳେଇ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଆୟୋଜିତ ସଚେତନତା ଶିବିରରେ ସଭାପତି ଶ୍ରୀ ସାମଲ ବିଦ୍ୟାର୍ଥୀ ପରିଷଦର ଆଭିମୁଖ୍ୟ ଜଣାଇବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ପରିଷଦ ପଚାଶ ହଜାର ବୃକ୍ଷରୋପଣ କରିବାର ଆଭିମୁଖ୍ୟ ରଖିଛି ବୋଲି ଜଣାଇଥିଲେ। ଖାନନଗର କ୍ରିକେଟ ପଡିଆରେ ଦଶରୁ ଅଧିକ ବଉଳ ଗଛ ଓ ପାଞ୍ଚଟି ବରଗଛ ଲଗାଯାଇ, ତା ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.