ଶିକରପାଇ ଡ଼ଙ୍ଗରିଆ ସାହିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା / କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଡ଼ଙ୍ଗରିଆ ସାହିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଛି । ରଜ ଉତ୍ସବ ପାଳନ ଅବସରରେ ପ୍ରାୟ ଆଠ ବର୍ଷ ଧରି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଉଛି । ଏଥିରେ କଂଗ୍ରେସ ଦଳର ଯୁବ ନେତା ଗେମ୍ବାଲି ସାନ୍ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସ ସି ସେଲର ଜିଲ୍ଲା ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟା,ପୂର୍ବତନ ଖେଳାଳୀ ଲେଙ୍ଗେରୀ ଧନୁ, ନୀଳକଣ୍ଠ ବାଡ଼ୁ, ଗୋପୀ ସେଠୀ, ଜି.ଭେଙ୍କେଟ ରାବଣା, ପି.ପୃଥିବୀରାଜ ପ୍ରମୁଖ ସଂମାନୀୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ଖେଳ ଉଦଘାଟନ କରିଛନ୍ତି । ଶିକରପାଇ ଗ୍ରାମର ପ୍ରତ୍ୟେକ ସାହିର ମୋଟ ୧୬ଟି ଦଳକୁ ନେଇ ତିନିଦିନ ମଧ୍ୟରେ ପ୍ରତିଯୋଗିତା କରାଯିବ । ଏହି ଖେଳକୁ ଜଗଦୀଶ ଖଣ୍ଡରିଆ ଓ ପରବିନ ନାଗବଂଶ ପରିଚାଳନା କରିଛନ୍ତି । ଫାଇନାଲ ଖେଳରେ ବିଜେତା ଙ୍କୁ( ୧୧୦୦୦)ଏଗାର ହଜାର ଟଙ୍କା, ଉପବିଜେତା ଙ୍କୁ (୮୦୦୦)ଆଠ ହଜାର ଟଙ୍କା ପ୍ରଦାନ କରାଯିବାକୁ ରହିଥିବାବେଳେ ଭଲ ଖେଳାଳି କୁ (୧୦୨୧) ଏକ ହଜାର ଏକୋଇଶି ଟଙ୍କା ମୁଖ୍ୟ ଅତିଥି ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି ଖେଳ ପ୍ରତିଯୋଗିତାକୁ ସମସ୍ତ ଗ୍ରାମବାସି ସହଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.