ସୁନାଖଣ୍ଡି ପଞ୍ଚାୟତରେ ବିକାଶ ବାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା / କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଠାରେ ବିକାଶ ବାହନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ ପଞ୍ଚାୟତର ସରପଞ୍ଚ ସଞ୍ଜୟ ନିସିକା ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ୱେତମ ପ୍ରଧାନ ପହଞ୍ଚି ଥିବା ବେଳେ ପଞ୍ଚାୟତ ସ୍ତରରୁ ସମସ୍ତ ଅଙ୍ଗୱାଡ଼ି କର୍ମୀ,ସରକାରୀ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନ ସଚେତନତା ସୃଷ୍ଟି କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଟିଙ୍କ ଦ୍ୱାରା ତିଆରି ସୁଷମ ଓ ପାରମ୍ପରିକ ଖାଦ୍ଯର ପସରା ଜନମାନସକୁ ଆକୃଷ୍ଠ କରିଥିଲା । ବିକାଶ ବାହନ ବିଭିନ୍ନ ବିଭାଗୀୟ ସୂଚନା ଗ୍ରାମ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ନିମନ୍ତେ ଗାଆଁ କୁ ଗାଆଁ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ୧ବର୍ଷ ପୂର୍ତ୍ତି ର ଜନହିତକର କାର୍ଯ୍ୟର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ଲାଗିଛି । ଏହି ବାହନ ନିକଟରେ ଅନ୍ତୋଦୟ ଗୃହ ଯୋଜନାରେ ନୁତନ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ,ମନରେଗା ଜବ କାର୍ଡ, ନୂତନ ରାସନ୍ କାର୍ଡ, କିଶାନ କାର୍ଡ, ଚାଷିଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସ୍ବାସ୍ଥ୍ୟ କାର୍ଡ,ନୁତନ ଭତ୍ତା ବଣ୍ଟନ, ବନ ବିଭାଗ ତରଫରୁ ବୃକ୍ଷ ରୋପଣ,ଆଧାର ପଞ୍ଜିକରଣ ଭଳି କାର୍ଯ୍ୟକ୍ରମ ମାନେ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ନିର୍ବାହି ଅଧିକାରୀ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.