ଜିଲ୍ଲା ସ୍ତରୀୟ ବିକାଶ ମେଳାର ୩ୟ ସନ୍ଧ୍ୟାରେ ରଜ ମଉଜର ଝଲକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ “ବର୍ଷ ଏକ ଉପଲବ୍ଧି ଅନେକ” ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା – ୨୦୨୫ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଗତ ୧୨ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ବିକାଶ ମେଳାର ତୃତୀୟ ସନ୍ଧ୍ୟା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଜିଲ୍ଲାର ବିକାଶ ନେଇ ସମସ୍ତଙ୍କ ଯୋଗଦାନ ପାଇଁ ଆହ୍ୱାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଝସକେତନ ବଘାର ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ଆଞ୍ଚଳିକ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାଖା, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସଞ୍ଜୁ ସାହୁ, ଜିଲ୍ଲା ପରିବହନ ବିଭାଗ ଏମଭିଆଇ ପ୍ରମୁଖ ଯୋଗଦାନ କରି ବିଭାଗୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ଓ ଜନସାଧାରଙ୍କ ପାଇଁ ରହିଥିବା ସରକାରଙ୍କ ସୁବିଧା ସୁଯୋଗ ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ବିଭିନ୍ନ ସରକାରୀ ଲୋକ ଯୋଜନାର ପ୍ରଦର୍ଶନ କରାଯାଇଥିଲା। ଆଜି ହଜାର ହଜାର ଜନସାଧାରଣ ନିଜ ପରିବାର ସହିତ ମେଳା ପଡିଆରେ ରଜ ପାନ ସହ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ଖାଇବା ସାଙ୍ଗକୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ ମଜା ନେଇଥିଲେ। ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକାଶ ମେଳା ଓ ସୁଭଦ୍ରା ଶକ୍ତି ଖାଦ୍ୟ ମହୋତ୍ସବ ଆସନ୍ତା ୧୮ ତାରିଖ ଯାଏଁ ହେବାକୁ ଥିବାବେଳେ ଆଜି ଜିଲ୍ଲାର ୬ଟି ବ୍ଲକ ଅଞ୍ଚଳରେ ଭ୍ରାମ୍ୟମାଣ ବିକାଶ ବାହନ ସଚେତନତା ବାର୍ତ୍ତା ସହ ଗ୍ରାମ୍ୟଞ୍ଚଳ ଜନସାଧାରଙ୍କୁ ସଚେତନ କରୁଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାର୍ତ୍ତା କୁ ନେଇ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ ଓ କନିଷ୍ଠବର୍ଗରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମଞ୍ଚରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିବୃନ୍ଦ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ।ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ପରିସରରେ ୬୨ ଟି ଷ୍ଟଲ ନିର୍ମାଣ ହୋଇଥିବାବେଳେ ବିଭିନ୍ନ ବିଭାଗର ଉନ୍ନୟନ ସାମଗ୍ରୀ, ବିକାଶର ଚିତ୍ର ପ୍ରଦର୍ଶିନ ସହିତ ପାରମ୍ପରିକ ଖାଦ୍ୟ ଷ୍ଟଲ ରହିଛି । ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ପରିବେଷିତ ନୃତ୍ୟଗୀତକୁ ହଜାର ହଜାର ଜନସାଧାରଣ ଉପଭୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.