ଲାଞ୍ଜିଗଡ଼ରୋଡ଼ର ଜୟନ୍ତ ଠାକୁରଙ୍କ ଘରେ ବାଡ଼ିରେ ଫୁଟିଲା ବ୍ରହ୍ମକମଳ ଫୁଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର ଲାଞ୍ଜିଗଡ଼ରୋଡ଼ ଗାଁର ଜୟନ୍ତ ଠାକୁରଙ୍କ ବାଡ଼ିରେ ଏକା ସଙ୍ଗେ ୧୧ଟି ବ୍ରହ୍ମକମଳ ଫୁଲ ଫୁଟିଛି। ପ୍ରଥମେ ୯ଟି ଫୁଲ ଫୁଟିଥିଲା। ତାର କିଛି ସମୟ ପରେ ଅନ୍ୟ ୨ଟି ଫୁଲ ଫୁଟିଥିଲା । ସୂଚନାଯୋଗ୍ୟ ଯେ ତାଙ୍କ ଅଗଣାରେ ଥିବା ଏହି ଦୁର୍ଲବ ଫୁଲ ଗଛଟି ପ୍ରଥମ ବର୍ଷ ଫୁଲ ଫୁଟି ଫୁଟିଥିବା ବେଳେ ସେ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ସହିତ ଶନି ମନ୍ଦିର ଏବଂ ଗ୍ରାମ ଦେବା ଦେବୀଙ୍କୁ ଫୁଲ ଅର୍ପଣ କରିଛନ୍ତି। ପ୍ରଥମ ଥର ପାଇଁ ତାଙ୍କର ବଗିଚାରେ ୧୧ ଗୋଟି ବ୍ରହ୍ମକମଳ ଫୁଲ ଫୁଟି ଥିବାରୁ ଠାକୁର ପରିବାରର ସମସ୍ତ ସଦସ୍ୟ ମାନେ ଖୁସି ରେ ବିଭୋର ହୋଇଛନ୍ତି।ବ୍ରହ୍ମକମଳ ଫୁଲ ଫୁଟିଥିବା ଖବର ଜାଣିବାପରେ ଆଖପାଖ ବାସିନ୍ଦା ମାନେ ଏହି ଫୁଲକୁ ଦେଖୁବାକୁ ଭିଡ଼ଯମିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.