ଟ୍ରକ ଧକ୍କାରେ ବୃଦ୍ଧ ମୃତ, ଓଟୋ ଚାଳକ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହରର ହୋଟେଲ ଓରିୟନ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଳଦିଆମାଳ ରାସ୍ତା ମାର୍ଗରୁ ଭବାନୀପାଟଣାକୁ ଯାଉଥିବା ଏକ ଟ୍ରକ ଅନ୍ୟ ରାସ୍ତାରେ ଚାଲିଥିବା ବାଇକ ଓ ଅଟୋକୁ ପଛରୁ ଭୟଙ୍କର ଧକ୍କା ଦେଇଥିଲା। ଏହି ଧକ୍କାରେ ବାଇକରେ ଥିବା ବୃଦ୍ଧ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଓଟୋ ଚାଳକ ଗୁରୁତର ଭାବେ ଆହତ ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜୁନାଗଡ଼ ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣା ପରେ ଟ୍ରକ ଚାଳକ ଟ୍ରକ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାର ସୂଚନା ମିଳିଛି। ମୃତ ବୃଦ୍ଧ ଓ ଗୁରୁତର ଅଟୋ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଜବତ କରିଥିବା ସୂଚନା ମିଳିଛି ଓ ଅନୁସନ୍ଧାନ ଆରମ୍ଭ କରାଯାଇଛି। ପୋଲିସ ଟ୍ରକ ଚାଳକଙ୍କ ଖୋଜ ଜାରି ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.