ଜୁଲାଇ ୫ରେ କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ

୨୦୨୫ ପାଇଁ ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ ପାଇବେ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରା ଯାଉଥିବା ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ୨୦୨୫ ପାଇଁ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର (ଜନ୍ମ ୧୯୮୨)ପାଇବେ ବୋଲି ସ୍ମୃତି କମିଟି ପକ୍ଷରୁ ଆଜି ଏକ ପ୍ରେସ୍ ବିବୃତିରେ ଘୋଷଣା କରାଯାଇଛି ।

ବାଲେଶ୍ୱରର ବିଶିଷ୍ଟ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରକ୍ଷା ନିମନ୍ତେ ଗଠିତ ‘ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି’ ପକ୍ଷରୁ ୨୦୧୭ରୁ ଆରମ୍ଭ ହୋଇଥିବା ଏହି ସ୍ମୃତି ଉତ୍ସବ ଅବସରରେ ପ୍ରତିବର୍ଷ ୪୫ ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଓଡ଼ିଆ କବିଙ୍କୁ ଚୟନ କରାଯାଇ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ପାଇଁ ମନୋନୀତ ହୋଇଥିବା କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ୮ଟି କବିତା ପୁସ୍ତକ ଓ ଗୋଟିଏ ପତ୍ର ଉପନ୍ୟାସର ସ୍ରଷ୍ଟା ହୋଇଥିବା ବେଳେ ଓଡ଼ିଆ କବିତା କ୍ଷେତ୍ରରେ ସେ ବେଶ୍ ପରିଚିତ ଏବଂ ନିରବଚ୍ଛିନ୍ନ ଭାବେ କବିତା ସର୍ଜନାରେ ସକ୍ରିୟ ଅଛନ୍ତି।

ସ୍ମୃତି କମିଟି ପକ୍ଷରୁ ଆଗାମୀ ଜୁଲାଇ ୫ ତାରିଖ ରବିବାର ସଂଧ୍ୟା ୬ ଘଟିକାରେ ଷ୍ଟେସନ କ୍ଲବ ସଭାଗୃହରେ ଆୟୋଜିତ ହେଉଥିବା ୯ମ ବାର୍ଷିକ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ ପାଳନ ପରିପ୍ରେକ୍ଷୀରେ ବିଜୟୀ ପ୍ରତିଭାଙ୍କୁ ମାନପତ୍ର ଓ ଉପଢୌକନ ଅର୍ପଣ କରି ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ କୃଷ୍ଣ କୁମାର ମହାନ୍ତି ଏବଂ ଉତ୍ପଳ ମହାନ୍ତି ଜଣାଇଛନ୍ତି ।

ଏହି ସ୍ମୃତି ଉତ୍ସବରେ ବିଶିଷ୍ଟ କବି ବିପିନ ନାୟକ ଏବଂ ସୁଖ୍ୟାତ କବି କେ. ଶ୍ୟାମବାବୁ ଦୋରା ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଧ୍ୟକ୍ଷତା କରିବେ ସଭାପତି ସୁବାସ ଚନ୍ଦ୍ର ପାତ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.