ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ

ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚଳିତ ବର୍ଷର ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ଘୋଷଣl କରାଯାଇଛି l ବୈଠକରେ ୨୩ ଜଣ ଯୁବ ଲେଖକ ଏବଂ ୨୪ ଜଣ ଶିଶୁ ସାହିତ୍ୟିକଙ୍କ ନାଁ ପୁରସ୍କାର ପାଇଁ ପୁରସ୍କାର ଅନୁମୋଦନ କରାଯାଇଥିଲା। ଡୋଗ୍ରୀ ଭାଷାର ଯୁବ ପୁରସ୍କାର ପରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଉଭୟ ପୁରସ୍କାର ପାଇଁ ତାମ୍ର ଫଳକ ଏବଂ ୫୦ ହଜାର ଟଙ୍କାର ଅର୍ଥରାଶି ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ଏଥର ଓଡ଼ିଆ ଭାଷାରେ ବାଲ୍ ସାହିତ୍ୟ ପୁରସ୍କାର ପାଇବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢ଼ୀ। ଶିଶୁ ପୁସ୍ତକ `କେତେ ଫୁଲ ଫୁଟିଚି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଚଳିତ ବର୍ଷର ଯୁବ ପୁରସ୍କାର ପାଇବେ ସୁବ୍ରତ କୁମାର ସେନାପତି। ଗଳ୍ପ ପୁସ୍ତକ ‘କଦମ୍ବବନ’ ପାଇଁ ସେ ଏହି ପୁରସ୍କାର ପାଇବେ। ଉଭୟ ଲେଖକଙ୍କୁ ଏକ ସ୍ୱତନ୍ତ୍ର ସଭାରେ ପୁରସ୍କାର ବାବଦକୁ ନଗଦ ୫୦ ହଜାର ଟଙ୍କା, ଉପଢ଼ୌକନ ଓ ଫଳକ ପ୍ରଦାନ କରାଯିବ। ଚଳିତ ବର୍ଷ ଓଡିଆ ଭାଷାର ଯୁବ ପୁରସ୍କାର ଚୟନ ପାଇଁ ଚୂଡ଼ାନ୍ତ ବିଚାରକ ମଣ୍ଡଳୀରେ ଥିଲେ ବିଶିଷ୍ଟ ଲେଖିକା ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁଭାଷ ଶତପଥୀ। ସେହିପରି ‘ବାଲ୍ ପୁରସ୍କାର’ ପାଇଁ ଚୂଡ଼ାନ୍ତ ବିଚାରକମଣ୍ଡଳୀ ଥିଲେ ପ୍ରଫେସର ନୀଳାଦ୍ରିଭୂଷଣ ହରିଚନନ୍ଦ, ଡ଼ ଶକୁନ୍ତଳା ବଳିଆରସିଂହ ଓ ବିଶିଷ୍ଟ ଶିଶୁ ସାହିତ୍ୟିକ ରାମଚନ୍ଦ୍ର ନାୟକ। ସେହିପରି ସାନ୍ତାଳି ଭାଷାର ଯୁବ ପୁରସ୍କାର ପାଇଁ ମନୋନୀତ ଫାଗୁ ବାସ୍କେ ହେଉଛନ୍ତି ଓଡିଶାର ବାଙ୍ଗିରିପୋଷି ଅଂଚଳର ଲେଖକ। ଯୁବ ପୁରସ୍କାର ପାଇଁ ମନୋନୀତ ଅନ୍ୟ ଭାଷାର ଲେଖକ ମାନେ ହେଉଛନ୍ତି ସୁପ୍ରକାଶ ଭୂୟାଁ (ଅହମିଆ), ସୁଦେଷ୍ଣା ମଇତ୍ର (ବଙ୍ଗଳା),. ଅମର ଖୁଙ୍ଗରୁ ବୋଡୋ, (ବୋଡୋ), ଅଦ୍ବୈତ କୋଟ୍ଟାରୀ (ଇଂରାଜୀ), ମୟୁର ଖାବଡୁ (ଗୁଜରାଟୀ), ପାର୍ବତୀ ତିର୍କୀ (ହିନ୍ଦୀ), ଆର. ଦିଲୀପକୁମାର (କନ୍ନଡ), ସାଇକା ସହର (କଶ୍ମିରୀ), ଗ୍ଲିନିସ ଡାଏସ (କୋଙ୍କଣୀ), ନେହା ଝା ମଣି (ମୈଥିଳି), ଅଖିଳ ପି. ଧର୍ମଜନ (ମାଲୟାଲମ), ଏ.କେ.ଜିତେନ (ମଣିପୁରୀ), ପ୍ରଦୀପ କୋକରେ (ମରାଠୀ), ସୁବାସ ଠକୁରୀ (ନେପାଳୀ), ମନଦୀପ ଓଲେଖ (ପଂଜାବୀ), ପୁନମ ଚନ୍ଦ ଗୋଦାରା (ରାଜସ୍ଥାନୀ), ଧୀରଜ କୁମାର ପାଣ୍ଡେ (ସଂସ୍କୃତ), ଫାଗୁ ବାସ୍କେ (ସାନ୍ତାଳି), ମନ୍ଥନ ବଚାଣୀ (ସିନ୍ଧି), ଲାଟଶମିହର (ତାମିଲ), ପ୍ରସାଦ ସୁରୀ (ତେଲୁଗୁ) ଏବଂ ନେହା ରୁବାବ (ଉର୍ଦ୍ଦୁ)। ବାଲ୍ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ଅନ୍ୟ ଭାଷାର ଶିଶୁ ସାହିତ୍ୟିକ ହେଉଛନ୍ତି ସୁରେନ୍ଦ୍ର ମୋହନ ଦାସ (ଅହମିଆ), ତ୍ରିଦିବ କୁମାର ଚାଟୋପାଧ୍ୟାୟ (ବଙ୍ଗଳା), ବିନୟ କୁମାର ବ୍ରହ୍ମ, (ବୋଡୋ), ପି.ଏଲ ପରିହାର ଶୋକ (ଡୋଗ୍ରୀ) ନିତିନ କୁଶଲପ୍ପା ଏମପି (ଇଂରାଜୀ), କିର୍ତ୍ତୀଡା ବ୍ରହ୍ମାବତ (ଗୁଜରାଟୀ), ସୁଶୀଲ ଶୁକ୍ଲ (ହିନ୍ଦୀ), କେ. ଶିବଲିଙ୍ଗପ୍ପା ହନ୍ଦିହଲ (କନ୍ନଡ), ଇଜହାର ମୁବାଶିର (କଶ୍ମିରୀ), ନୟନା ଅଦାରକର (କୋଙ୍କଣୀ), ମୁନ୍ନି କାମତ (ମୈଥିଳି), ଶ୍ରୀଜିତ ମୁତେଡତ (ମାଲୟାଲମ), ଶାନ୍ତୋ ଏମ୍ (ମଣିପୁରୀ), ସୁରେଶ ସାୱନ୍ତ (ମରାଠୀ), ସାଂମୁ ଲେପଚା (ନେପାଳୀ), ପାଲି ଖୋଦିମ (ପଂଜାବୀ), ଭୋଗିଲାଲ ପାଟିଦାର (ରାଜସ୍ଥାନୀ), ପ୍ରୀତି ପୂଜାରା (ସଂସ୍କୃତ), ହରଲାଲ ମୁର୍ମୁ (ସାନ୍ତାଳି), ହୀନା ଅଗନାନୀ ହୀର (ସିନ୍ଧି), ବିଷ୍ଣୁପୁରମ ସରବଣନ (ତାମିଲ), ଗଙ୍ଗିସେଟ୍ଟୀ ଶିବକୁମାର (ତେଲୁଗୁ) ଏବଂ ଗଜନଫର ଇକବାଲ (ଉର୍ଦ୍ଦୁ)।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.