ଗୋଦାପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା: ଟାୟାର ଜାଳି ରାସ୍ତା ଅବରୋଧ, ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ଲୋକେ 

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁରର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ସ୍ଥାନୀୟ ଲୋକେ । ଦୀର୍ଘ ଦିନ ଧରି ସ୍ଥାୟୀ ଡାକ୍ତର ନଥିବା ସହ ସଠିକ୍ ଭାବେ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲା ଯାଉ ନଥିବା ଯୋଗୁଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଯୋଗୁଁ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ମାରିଛନ୍ତି । ଗ୍ରାମରେ ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ର ଥିଲେ ସୁଦ୍ଧା ଗୋଟିଏ ଫାର୍ମାସିଷ୍ଟରେ ଚାଲିଛି ସ୍ୱାସ୍ତ୍ୟ ସେବା । ଗୋଟିଏ ଡାକ୍ତର ନିଯୁକ୍ତି ହୋଇଥିଲା ବେଳେ ସରକାର ତାଙ୍କୁ ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେପୁଟେଶନ କରିଛନ୍ତି । ଫଳରେ ଉକ୍ତ ମେଡ଼ିକାଲରେ ଡାକ୍ତର ପଦବୀ ଖାଲି ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନା ପ୍ରକାରେ ମଙ୍ଗଳବାର ଦିନ ଗ୍ରାମର ଜଣେ ମହିଳା ଗ୍ରାମ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯିବା ସମୟରେ ଗୋଡ଼ ଖସି ନାଳରେ ବୁଡ଼ି ଯାଇଥିଲେ ଗାଁ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ସେଠୁ ଉଦ୍ଧାର କରି ଗଦାପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଲା ବେଳୁ ସେଠି ଡାକ୍ତର ନଥିବା ହେତୁ ତାଙ୍କୁ ଦାରିଙ୍ଗବାଡ଼ିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ଆଜି ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମେଡିକାଲକୁ ତାଲା ପକାଇ ଥିଲେ । ପରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ ହାଇବୁରୁ ସହ ପୁଲିସ ଫୋର୍ସ ଓ ଦାରିଙ୍ଗବାଡ଼ି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଉତକ୍ତ୍ୟ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହେବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ କଲ୍ୟାଣ କମିଟି ଗଠନ କରାଯିବା କଥା କିନ୍ତୁ ତାହା ବର୍ତମାନ ସୁଦ୍ଧା ହୋଇନଥିବା ହେତୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ତାହା କଣ ପାଇଁ ଗଠନ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ସ୍ଥାୟୀ ଡାକ୍ତର ନିଯୁକ୍ତି ପ୍ରଦାନ ସ୍ୱାସ୍ଥ୍ୟ ସେବା ସଠିକ ଭାବରେ ଯୋଗେଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଥିଲେ । ୬ ଘଣ୍ଟା ଧରି ରାସ୍ତା ଅବରୋଧ କରି ରହିଥିଲେ ଗ୍ରାମବାସୀ । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.