ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ଉପରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବିକାଶ ମେଳା ୨୦୨୫ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପରାମର୍ଶ କର୍ମଶାଳା ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭଖବରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଯୋଗଦାନ କରି ଉଦଘାଟନ କରିବା ସହିତ ନିଜର ବକ୍ତବ୍ୟରେ ରାୟଗଡ଼ା ଜିଲ୍ଲା ବିକାଶ ହେଲେ ଓଡ଼ିଶାର ବିକାଶ ହେବ ଏବଂ ଓଡ଼ିଶାର ବିକାଶ ହେଲେ ଯାଇ ବିକଶିତ ଭାରତର ସ୍ୱପ୍ନ ସାକାର ହେବ l ଏଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ l ରାୟଗଡ଼ା ଜିଲ୍ଲା ଏକ ଖଣି ଖାଦାନ ଓ ଶିଳ୍ପ ସମୃଦ୍ଧର ଜିଲ୍ଲା ଅଟେ ଏହାର ସଦ୍ ବିନିଯୋଗ କଲେ ରାୟଗଡ଼ା ଜିଲ୍ଲା ଅନ୍ୟଜିଲ୍ଲା ଠାରୁ ଦ୍ରୁତ ବିକାଶ ହେବ l ସେହିପରି ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ନିଜର ବକ୍ତବ୍ୟରେ ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ଅଧିକାଂଶ ଆଦିବାସୀ ବସବାସ କରନ୍ତି ସେମାନଙ୍କ ବିକାଶ ପାଇଁ ଆନ୍ତରିକତା ସହିତ ପ୍ରୟାସ କଲେ ନିଶ୍ଚିତ ଭାବରେ ଜିଲ୍ଲା ବିକଶିତ ହେବ l ଜିଲ୍ଲାର ବିକାଶ ପାଇଁ ଖୋଲାଖୋଲି ସବୁ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଆହ୍ୱାନ କରିଥିଲେ l ଜିଲ୍ଲାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶି ସେଥି ପାଇଁ ସମାଧାନ କରିବାକୁ ପଡିବ l ଶିକ୍ଷକ ମାନେ ପିଲାଙ୍କ ଭବିଷ୍ୟତ ଗଠନ କରିବାକୁ ଗୁରୁ ଦାୟିତ୍ୱ ରହିଛି l ସେହିପରି ପ୍ରାରମ୍ଭ ଆଲୋଚନାରେ ପ୍ରଥମେ ଶିକ୍ଷାବିତ୍ତଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଏଥିରେ ଶିକ୍ଷାବିତ୍ତ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ନିଜର ବକ୍ତବ୍ୟରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ l ସେହିପରି ଶିକ୍ଷଖବିତ୍ ପ୍ରସନ୍ନ କୁମାର ଗନ୍ତାୟତ, ଅଧ୍ୟାପକ ରୌମ୍ୟରଞ୍ଜନ ସାହୁ, ଅଧ୍ୟାପକ, ମହିଳା ମହା ବିଦ୍ୟାଳୟ ଯୋଗଦାନ କରି ବିଭିନ୍ନ ସମସ୍ୟା ଓ ସମ୍ଭାବ୍ୟ ଦିଗ ଉପରେ ଉପସ୍ଥାପନ କରିଥିଲେ l ଉପସ୍ଥିତି ଜନସାଧାରଣ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ | ଏହାପରେ ଆର୍ଥିକ ଆନ୍ତର୍ଭୁକ୍ତି କରଣ ଉପରେ ବ୍ୟାଙ୍କିଙ୍ଗ ସଂସ୍ଥାର ପରିଚାଳକ ମାନେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ମାନ ରଖିଥିଲେ l ସେହିପରି ବାଣିଜ୍ୟ କାରବାର ଓ ଶିଳ୍ପ ଉପରେ ଉତ୍କଳ ଆଲୁମିନା ର ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଉଦ୍ୟୋଗୀ ନରେନ କୁମୁନ୍ଦନ, ଜେକେ କାଗଜ କଳର ସାଧାରଣ ପରିଚାଳକ ସନ୍ଦୀପ ପାଣ୍ଡେ,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଜୟ କୁମାର ସାହୁ ପ୍ରମୁଖ ଜିଲ୍ଲାର ସମ୍ଭଖବ୍ୟ ଭବିଷ୍ୟତ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ସେହିପରି ସାମାଜିକ ଗଣମାଧ୍ୟମ ପ୍ରଭାବୀ, ଷ୍ଟାର୍ଟ ଅପ୍ ଓ ଉଦ୍ୟୋଗୀ ଉପରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସ୍ଵର୍ଣଲତା ରାଉତ, କୋରାପୁଟ ଜିଲ୍ଲା ସଫଳ ଉଦ୍ୟୋଗୀ ସିମିଲିଗୁଡ଼ାର ସନ୍ତୋଷ କୁମାର ଖେମୁଣ୍ଡୁ, ଗୁଣୁପୁର ଆକ୍ସିପ୍ରୋର ସଫଳ ଉଦ୍ୟୋଗୀ ଆଦିତ୍ୟ ନାରାୟଣ ମିଶ୍ର ଆଦି ଯୋଗଦାନ କରି ନିଜ ସଫଳତାର କାହାଣୀ ଉପସ୍ଥାପନା କରିଥିଲେ l ଏହି ପରାମର୍ଶ କର୍ମଶାଳାକୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସହ ପ୍ରାଧ୍ୟାପକ ଡ଼ଃ ଈଶ୍ୱର ନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେବା ସହିତ କର୍ମଶାଳାର ଅଧ୍ୟକ୍ଷତା କରିଥିଲେ l ଏହି କର୍ମଶାଳାରେ ସଫଳ ଉଦ୍ୟଗୀ ନିୟମ ରାଜା ଆଗ୍ର ପ୍ରଡୁସ୍ୱର କମ୍ପାନୀ ଚାଟିକଣାର ଶ୍ରୀ ବନା ସୁଧୀପ କୁମାର ଚିରାୟୁ, ମୃଦୁ ପାନୀୟ ସଂସ୍ଥା ଜେ.କେ ପୁର, ବିକ୍ରମପୁର ଗୁଣୁପୁର ଆକ୍ସି ଭେଦା କିମ୍ୱାରମା ଉଦ୍ୟୋଗର ଶ୍ରୀ ସୁରଜିତ ହୋତା, ଶିରିଡି ସାଇ ସ୍ୱୟଂ ସହାୟକ ଗୋଷ୍ଠୀକୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.