ଅବ୍ୟବସ୍ଥା ଘେରରେ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ରାଜ୍ୟର ଅନ୍ୟତମ ପୁରାତନ ବିଜ୍ଞାପିତ ଅଞ୍ଚଳ ପତିଷଦ କଳାହାଣ୍ଡିର ଜୁନାଗଡ଼। ୧୯୭୦ ମସିହାରୁ ପ୍ରତିଷ୍ଠିତ ଏହି ଏନଏସି ସଂପ୍ରତି ଅବ୍ୟବ୍ୟସ୍ଥା ଘେରରେ ଚାଲିଥିବା ବେଳେ ଜନସାଧାରଣ ବ୍ୟାପକ ହଇରାଣ ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଭୟ ଧର୍ମଗଡ଼ ଓ ଜୁନାଗଡ଼ ଦାୟିତ୍ୱରେ ଥିବାବେଳେ, ବିଭିନ୍ନ କାର୍ଯ୍ୟ ଯୋଗୁଁ ଲୋକେ କାର୍ଯ୍ୟାଳୟକୁ ଆସୁଥିଲେ ହେଁ, ତାଙ୍କୁ ନ ପାଇଁ ହଇରାଣ ହେଉଛନ୍ତି। ଜୁନାଗଡ଼ ରେ ଖୋଜିଲେ ଧର୍ମଗଡ଼ ଆଉ ଧର୍ମଗଡ଼ ରେ ଖୋଜିଲେ ଜୁନାଗଡ଼ କିନ୍ତୁ ମୋବଇଲ ସ୍ବିଚ ଅଫ କରି ଅଫିସର କେଉଁଠି ଅଛନ୍ତି ଷ୍ଟାଫ ମଧ୍ୟ ଜାଣିନାହାନ୍ତି l ସମ୍ପ୍ରତି ଡାଇରିଆକୁ ନେଇ ସମଗ୍ର ରାଜ୍ୟରେ ଏକ ସମ୍ବେଦନଶୀଳ ବାତାବରଣ ସୃଷ୍ଟି ହୋଇଥିବା ବେଳେ, ଜୁନାଗଡ଼ ଏନଏସି ଏଥିପ୍ରତି ସମ୍ବେଦନଶୀଳ ନୁହେଁ ବୋଲି ଆଲୋଚନା ହେଉଛି। ବିଭିନ୍ନ ୱାର୍ଡର ନାଳନର୍ଦମା ଦୟନିୟ ଅବସ୍ଥାରେ ଥିବାବେଳେ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ମଧ୍ୟକୁ ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରି ସ୍ଥଳେ ସ୍ଥାନୀୟ ପ୍ରଶାସନ ଏସବୁ କୁ ଗୁରୁତ୍ବ ଦେବା ବଦଳରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ ନାଁରେ ଠିକା କାମ କରି ଲୁଣ୍ଠନ କରିବେ ଏହାର ବ୍ୟବସ୍ଥା କରୁଥିବା ଅଭିଯୋଗ ହେଉଛି। ଆବଶ୍ୟକ ସ୍ଥାନରେ କାର୍ଯ୍ୟ କରା ନ ଯାଇ, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରୀକା କରାଯାଉଥିବା ଦେଖାଯାଉଛି। ନିୟୋଜିତ ଥିବା କର୍ମଚାରୀ ମାନେ ଅଫିସରେ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ବେଳେ, ସହରରେ ନ ରହି ସୁଦୂର ଭବାନୀପାଟଣା ରେ ରହୁଛନ୍ତି।ଦୀର୍ଘ ଦିନରୁ ରହି ଆସୁଥିବା ଯନ୍ତ୍ରୀମାନେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି।ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଗୁଡିକ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଜେ ଇ ଙ୍କ ପାଇଁ ହିଁ ବିକାଶ ମୂଳକ କାମ ହେଉ ନ ଥିବା ଜନସାଧାରଣ ରେ ଚର୍ଚ୍ଚା ହେଉଛି l ସରକାରୀ ସ୍ତରରେ ହେଉଥିବା ପ୍ରସାର ପ୍ରଚାର କାର୍ଯ୍ୟକ୍ରମ ଗୁଡିକୁ ଅନ୍ଧାରରେ ରଖିବା ଚେଷ୍ଠା କରାଯାଉଛି। ପରିମଳ ବ୍ୟବସ୍ଥା ପରିଚାଳନା, ବିଦ୍ୟୁତ ଯୋଗାଣ, ଶୌଚାଳୟ ଅବ୍ୟବସ୍ଥା ଆଦି ଅନେକ ସମସ୍ୟାରେ ସହରବାସୀ ତଳିତଳାନ୍ତ ହେଉଛନ୍ତି।ସାଧାରଣରେ କୌଣସି ଶୌଚାଳୟ ନ ଥିବାରୁ ମହିଳା ଓ ପୁରୁଷ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯିବା ଚେଷ୍ଟା କରାଗଲେ, ମହାଶୟଙ୍କ ଫୋନ ବନ୍ଦ ରହୁଥିବା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସହରର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ସହ କଳାହାଣ୍ଡି ଜିଲ୍ଲାପାଳ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.