ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକଲ ଅଭିଯାନ ଓ ଗ୍ରାମ ଉତ୍ଥାନ ସଂଗଠନ ପକ୍ଷରୁ ଭବାନୀପାଟଣା ଅଞ୍ଚଳ ନର୍ଲା ସଂଚ ର ରାକ୍ସିଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ନର୍ଲା ସଂଚ ର ଉପସଭାପତି ସାରଥି ନାଏକ, ସଂପାଦକ ବିଷ୍ଣୁ ବଡ଼ପଣ୍ଡା, ସଂଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀ, ସରିଆଁ ସବ୍ ସେଣ୍ଟରର ସ୍ବାସ୍ଥ୍ୟକର୍ମୀ ଜୟନ୍ତୀ ଜାନୀ, ଓ୍ବାର୍କର ଭୋଳାନାଥ ଶବର, ସିଏଚଓ, ସିଆରପି, ଏମବିକେ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏଥିରେ ଉପସ୍ଥିତ ଥିଲେ। ଯୋଗ ଶିକ୍ଷକ ସୁକଦେବ ସାହୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।