ପୋଲାଭରମ୍ ବୁଡ଼ାଇବ ଓଡିଶାର ୬୪୮ ହେକ୍ଟର ଜମି: ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଉଚିତ କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି 

ଓଡିଆ ବାର୍ତ୍ତା/ ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ନିର୍ମାଣ କରାଯାଉଥିବା ପୋଲାଭରମ୍ ପ୍ରକଳ୍ପ ପାଇଁ ଓଡ଼ିଶାର ୬୪୮.୦୫ ହେକ୍ଟର ଜମି  ଜଳମଗ୍ନ ହେବ ।  ଏବେ ବର୍ଷରୁତୁ ଚାଲିଥିବାରୁ ପୋଲାଭରମର ପଛୁଆ ଜଳ ଯୋଗୁ ମାଲକାନଗିରି ଜିଲ୍ଲାର ୮ ରାଜସ୍ବ ଗ୍ରାମ ଏବଂ ୧ ହଜାର ପରିବାର କ୍ଷତିଗ୍ରସ୍ତ ହେବେ l କ୍ଷତିଗ୍ରସ୍ତ ପରିବାଙ୍କୁ ଚି଼ହ୍ନଟ କରି ଉଚିତ କ୍ଷତିପୂରଣ ସହିତ ଥଇଥାନ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ଶାଖା I ଏହାଛଡା ଏହି ପରିଯୋଜନାରେ ଦୁଇ ରାଜ୍ୟର ଜଳମଗ୍ନ ହେବାକୁ ଥିବା ଜମି ସାବେରୀ ଏବଂ ସିଲେରୁ ନଦୀର ବନ୍ୟାଞ୍ଚଳ ପରିସୀମା ମଧ୍ୟରେ ରହିଛି। ଏଥିରେ ୧୦୨୧୬ ହେକ୍ଟର ଜମି ଓଡ଼ିଶାର ଏବଂ ୦୧୬ ହେକ୍ଟର ଜମି ଛତିଶଗଡ଼ର ସଂରକ୍ଷିତ ଜଙ୍ଗଲ କ୍ଷେତ୍ର ଅନ୍ତର୍ଭୁକ୍ତ।

ଏହାସହିତ, ସର୍ଭେ ଅଫ୍ ଇଣ୍ଡିଆ ଦ୍ବାରା କରାଯାଇଥିବା ଡିଜିଟାଲ୍ ଏଲିଭେସନ ମଡେଲ୍ (ଡିର ଏମ୍) ଅଧୟନ ଅନୁଯାୟୀ, ପିଆଇପି ଶେଷ ହେବା କାରଣରୁ ଓଡିଶା ର ୬୪୮.୦୫  ହେକ୍ଟର ଜମି ଜଳମଗ୍ନ ହେବ  ଏବଂ ଏହାଦ୍ୱାରା  ପ୍ରଭାବିତ ହେବାକୁ ଥିବା ପରିବାର କୁ ଉଚିତ କ୍ଷତିପୂରଣ ସହିତ ଥଇଥାନ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି  I

ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ପାର୍ଟିର ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଳ ସଂରକ୍ଷଣ ବିଭାଗ ଜଳ  ସଂରକ୍ଷଣ ଆଇନ ୨୦୦୬ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ନିଜ ନିଜ ରାଜ୍ୟର ପ୍ରଭାବିତ ଅଞ୍ଚଳରେ ସାର୍ବଜନୀନ ଶୁଣାଣି ଆୟୋଜନ କରିବାକୁ ରାଜ୍ୟଗୁଡିକୁ  କେନ୍ଦ୍ର ସରକାଙ୍କ ନିର୍ଦେଶ ଥିବା ସତ୍ୱେ ଓଡିଶା ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି | ପ୍ରକଳ୍ପ ପ୍ରଭାବିତ ପରିବାରଗୁଡିକ ପାଇଁ କ୍ଷତିପୂରଣ ଆର୍ ଏ ଫ୍ ସି ଟି ଏଲ୍ ଏ ଆର୍ ଅଧୂନିୟମ, ୨୦୧୩ ଅନୁଯାୟୀ  କରାଯିବା ପାଇଁ  ଆଇନ ଥିଲା ବେଳେ ଏହାର କାର୍ଯକାରିତା ପାଇଁ ସରକାର ଅମଙ୍ଗ ହେବା ଗରିବ କ୍ଷତିଗ୍ରସ୍ତ ପରିବାଙ୍କ ଦୁର୍ଦଶା ବଢ଼ାଇ ଦେଇଛି I

ସାମାଜିବ ଅର୍ଥନୈତିକ ସର୍ଭେ ୨୦୦୫ ଅନୁଯାୟୀ, ଇଏଲ +୧୫୦ ଉଚ୍ଚତାରେ ଥିବା ଜମି ଏବଂ ସମ୍ପରି ଜଳମଗ୍ନ ହେବାକୁ ରୋକିବାକୁ ହେଲେ ସୁରକ୍ଷା ବନ୍ଧ ଏବଂ ପ୍ରସୁଯ୍ୟ ଜଳ ନିଷ୍କାସନ ବ୍ୟବସ୍ଥା ଅବଶ୍ୟକ । ଏହା କରାନ ଯାଇ ପୋଲାଭରମ୍ ଇରିଗେସନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଯାହାଦ୍ୱାରା ମାଲକାନାଗିରି ଜିଲ୍ଲାର ୮ ରାଜସ୍ବ ଗ୍ରାମ ଏବଂ ୧ ହଜାର ପରିବାର କ୍ଷତିଗ୍ରସ୍ତ ହେବେ I

ଏଣୁ ଓଡିଶା ସରକାର  ଓଡିଶା ସ୍ୱାର୍ତକୁ ଅଗ୍ରାଧିକାର ଦେଇ ପୋଲାଭରମ ସମସ୍ୟାର ସ୍ଥାଇ ସମାଧାନ କରିବା ସହ କ୍ଷତିଗ୍ରସ୍ତ ପରିବାକୁ ଉଚିତ କ୍ଷତିପୂରଣ ସହ ଥଇଥାନ କରିବାକୁ ଶିବ ହାତି  ସରକାଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.