୯ ଜୁଲାଇରୁ ବଲାଙ୍ଗୀରରେ ହେବ ସମୂହ ଚିତ୍ରକଳା ପ୍ରଦର୍ଶନୀ ‘ରଙ୍ଗ ରେଖା’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଜୁଲାଇ ୯ ତାରିଖ ୨୦୨୫ ରୁ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀ, ବଲାଙ୍ଗୀରରେ ‘ରଙ୍ଗ ରେଖା’ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ସମୂହ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହେବାକୁ ଯାଉଛି। ଏହି ପ୍ରଦର୍ଶନୀରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୩୧ ଜଣ ପ୍ରତିଷ୍ଠିତ ଓ ଉଦୀୟମାନ ଶିଳ୍ପୀମାନେ ଭାଗ ନେବେ। ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ବିଭିନ୍ନ ମାନସିକ ଭାବନା, ରୂପ, ରଙ୍ଗ ଓ ରୂପାନ୍ତରଣ ନିର୍ଦ୍ଦିଷ୍ଟ କଳାକୃତିମାନ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ୯ ରୁ ୧୨ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଳାପ୍ରେମୀ ଓ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଖୋଲା ରହିବ। ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡିଶାର ଶିଳ୍ପ ସଂସ୍କୃତିର ଏକ ଉତ୍ତମ ଦୃଶ୍ୟ ପ୍ରସ୍ତୁତ ହେବା ସହ ବିଭିନ୍ନ ଶିଳ୍ପୀଙ୍କ ମଧ୍ୟରେ ସୃଜନାତ୍ମକ ମିଳନ ଘଟିବ ବୋଲି ଆୟୋଜକମାନେ ଆଶା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.