ମୂଳନିବାସୀ ବହୁଜନ ମିଳିତ ମହାସଂଘର ଭବାନୀପାଟଣା ବ୍ଲକ ଓ ମୁନ୍ସିପାଲଟି ସ୍ତରୀୟ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମୂଳନିବାସୀ ବହୁଜନ ମିଳିତ ମହାସଂଘର ଭବାନୀପାଟଣା ବ୍ଲକ ଓ ମୁନ୍ସିପାଲଟି ଶାଖାର ବୈଠକ ଅମଲା ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ପଛୁଆ ବର୍ଗକୁ ଶିକ୍ଷା, ନିଯୁକ୍ତି ଓ ରାଜନୀତିରେ ଜନସଂଖ୍ୟା ଅନୁସାରେ ୫୪% ସଂରକ୍ଷଣ ନଦେବା, ଦଳିତ ନିର୍ଯାତନା ରୋକିବା, ଆଦିବାସୀ ମାନଙ୍କୁ ଭୂମି ଅଧିକାରରୁ ବଂଚିତ କରିବା ଭଳି ଅନେକ ଅନ୍ୟାୟର ଶିକାର ହେଉଛି ଏହି ସମାଜ ସମୂହ। ତେଣୁ ଏହାକୁ ଗୋଟେ ଜାତି ନୁହେଁ ତିନୋଟି ବର୍ଗର ଲୋକ ମିଳିତ ଭାବେ ଲଢ଼ିବାର ସମୟ ଆସିଯାଇଛି ବୋଲି ବକ୍ତାମାନେ ମତ ରଖିଛନ୍ତି। ମହାସଂଘର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼ ସଭାର ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ମହାସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅତିଥି ଭାବେ ମହାସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି କମଳିନୀ ଯାଦବ, ଯତୀନ୍ଦ୍ର କର, ଜିଲ୍ଲା ସାଧାରଣ ସମ୍ପାଦକ କୀର୍ତ୍ତନ ଯାଦବ, ଜିଲ୍ଲା ଯୁବ ସଭାପତି ଡାକେଶ୍ୱର ଲହଜଲ, ସରପଞ୍ଚ ଦିଗାମ୍ବର ଲୁହା, ଉପଦେଷ୍ଟା ଆଇନଜୀବୀ ଛବିଲାଲ ନିଆଲ, ରାଜ୍ୟ ମହିଳା ସଭାନେତ୍ରୀ ଏସ. ସୁଜାତା, ସମ୍ପାଦକ ସତ୍ୟ ମାହାର, ଜୟପ୍ରକାଶ ଜାଲ, ରମଣୀ ଦୁରିଆ, ସେନାପତି ନାଏକ, ସ୍ନେହଲତା ଦୁର୍ଗା, ସଞ୍ଜୟ ସୁନାନୀ, ରାଜକିଶୋର, ଅଗଷ୍ଟ ନାଏକ, ଢଗ ମାଳି ନାଏକ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ସୁଧୀର ଗୋପାଳ। ଏହି ଅବସରରେ ମହାସଂଘର ଭବାନୀପାଟଣା ବ୍ଲକ ସ୍ତରୀୟ କମିଟି ଘୋଷଣା କରାଯାଇଥିଲା। ସର୍ବସମ୍ମତି କ୍ରମେ ଭବାନୀପାଟଣା ବ୍ଲକ ସଭାପତି ଭାବେ ସମାଜସେବୀ ହୃଷିକେଶ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ  ବିଜୟ ମାଝୀ, ସମ୍ପାଦକ ବିଜୟ ଦୀପ, ମୁନ୍ସିପାଲଟି ସଭାପତି ଭାବେ ଦିନେଶ ମଲ୍ଲିକ, ସାଧାରଣ ସମ୍ପାଦକ ଭାବେ ବିକାଶ ପ୍ରଧାନ, ଉପ ସଭାପତି ସେନାପତି ନାଏକ, ଦୁର୍ଜନ ବାଗ, ଛାତ୍ର ସଭାପତି ଆଶିଷ କୁମାର ଯାନୀ ଆଦି ମନୋନୀତ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ଦଣ୍ଡସେନା, ଦେବାର୍ଚନ ମାଝୀ, ନୀଳାମ୍ବର ସାହୁ, ଦିବାକର ଦୁର୍ଗା, ସନ୍ତୋଷ ପ୍ରଧାନ,ରୁକଧର ମାଝୀ ଓ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.