ସୋନପୁର ବନ୍ଦ ନେଇ କଂଗ୍ରେସର ପ୍ରେସମିଟ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା କାଲି ଓଡ଼ିଶା କଂଗ୍ରେସ ପକ୍ଷରୁ ସାରା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅସହାୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ପରେ ଦୁଇ ଦିନ ଏମସରେ ଚିକିତ୍ସିତ ହେବା ପରେ ଆଖି ବୁଜିଲେ। ଜଣେ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ ଛାତ୍ରୀ ଜଣକ ୬ ମାସ କାଳ ବିଭିନ୍ନ ସମୟରେ କଲେଜ୍ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ , ସାଂସଦ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ଗୃହବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ସତ୍ତ୍ୱେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। ଏହି ଘଟଣା ପାଇଁ ସରକାର ଙ୍କୁ ଦାୟୀ କରି କଂଗ୍ରେସ ଓ ସମସ୍ତ ବାମପନ୍ଥୀ ଦଳ ତରଫରୁ ଆସନ୍ତା କାଲି ଜୁଲାଇ ୧୭ ତାରିଖ ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍, ଯାନବାହନ, କାର୍ଯ୍ୟାଳୟ ଦପ୍ତର ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ହେବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଦଳ ଓ ବାମପନ୍ଥୀ ଦଳ। ଆଜି ପ୍ରେସମିଟ୍ ରେ କଂଗ୍ରେସ ଦଳ ଓ ବାମପନ୍ଥୀ ଦଳର ଗୌରୀଶ୍ୟାମ ପଣ୍ଡା, ସୁଧୀର ପଣ୍ଡା, ଗତଥର ସୋନପୁର ର ବିଧାୟକ ପ୍ରାର୍ଥୀ ପ୍ରିୟବତ୍ର ସାହୁ, ରାଜେଶ୍ ମିଶ୍ର, ରଞ୍ଜିତ ରାୟ, କର୍ଣ୍ଣରାଜ ପ୍ରଧାନ, ଭରତ ଜେନା, ଭାଗିରଥି ବଗର୍ତ୍ତି, ସଂଗ୍ରାମ କେଶରୀ ନାୟକ ପ୍ରମୁଖଙ୍କ ସହ କଂଗ୍ରେସ ଦଳ ଓ ବାମପନ୍ଥୀ ଦଳର ଅନେକ ସଦସ୍ୟ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.