ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ବାଲେଶ୍ୱର ଫୋକିର ମୋହନ ବିଶ୍ୱବିଦ୍ୟାଳୟ ଠାରେ ଆତ୍ମାହୂତି ରେ ଆତ୍ମହତ୍ୟା କରିଥିବା ଛାତ୍ରୀ ସ୍ଵମ୍ୟାଶ୍ରୀ ବିଶି ଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଇସ୍ତଫା ଦାବି କରି କଲ୍ୟାଣ ସିଂହପୁର ବ୍ଲକ କଂଗ୍ରେସ କମିଟି ତରଫରୁ ଚକ ଅଖ ଯାମ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦେଶ କୁ ପାଳନ କରି କଲ୍ୟାଣ ସିଂହପୁର ବ୍ଲକର ଶିକାରପାଇ ଠାରେ ଦଳ ତରଫରୁ ନାରା ବାଜି ସହ ଦୋକାନ ବଜାର ବନ୍ଧ କରାଯାଇଥିଲା | ଏଥିରେ ସମଗ୍ର କଲ୍ୟାଣ ସିଂହପୁର ବ୍ଲକର କଂଗ୍ରେସ କର୍ମି ସହ ଜନଜାତି ସେଲ୍ ରୁ ଚିତ୍ତରଞ୍ଜନ ଗାଣ୍ଟା,କୋରାପୁଟ ସାଂସଦଙ୍କ କଲ୍ୟାଣ ସିଂହପୁର ବ୍ଲକ ପ୍ରତିନିଧି କୁମାର ସ୍ୱାମି କୌଶଲ୍ୟା,ବ୍ଲକ ସଭାପତି ସି ଏଚ ନାଗେଶ୍ୱର ରାଓ ଉପସ୍ଥିତ ରହିଥିଲେ | ଏହି ବନ୍ଧ ପାଳନକୁ ଅଞ୍ଚଳ ର ସମସ୍ତ ଜନସାଧାରଣ ସୋହାନୁଭୂତି ଦେଖାଇଥିଲେ |