ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବୀରେ ଜୁନାଗଡ଼ ବନ୍ଦ ସଫଳ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ କଂଗ୍ରେସ ପାର୍ଟି ସହିତ ସିପିଆଇ ର ସମସ୍ତ ବାମପନ୍ଥୀ ଦଳ, ଆରଜେଡି, ସମାଜବାଦୀ ପାର୍ଟି ସହିତ ତମାମ ଆଠ ଗୋଟିଏ ଦଳ ନିଷ୍ପତ୍ତି କ୍ରମେ ଆଜି ଓଡ଼ିଶା ବନ୍ଦ ଡାକରାରେ ବନ୍ଦ ପାଳନ ହୋଇଛି । ବାଲେଶ୍ବର ଫକିରମୋହନ ବିଶ୍ବବିଦ୍ୟାଳୟ ରେ ପାଠପଢୁଥିବା ଶୈମ୍ୟାଶ୍ରୀ ବିଶିଙ୍କୁ କଲେଜର ବିଭାଗିୟ ମୁଖ୍ୟ ଶମିର ସାହୁ ଫେବର ମାଗି ମାନଶିକ ନିର୍ଜାତନା ଓ ବିଭିନ୍ ଆଲରେ ଟୋର୍ଚର କରୁଥିବା ଅଭିଯୋଗ ନେଇ ଅଧ୍ୟାପକ ନାମରେ ସ୍ଥାନୀୟ ପୋଲିସ,ଏମ୍ ପି,ବିଧାୟକ,ଉଚ୍ଚ ଶିକ୍ଷା ମନ୍ତ୍ରୀ,ମୂଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ କରି ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ,ଶେଷରେ ଏହି ସରକାରର ନିରବତା,ଶୈମ୍ୟାଶ୍ରୀ ଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ଶେଷରେ ନିରାଶ ହୋଇ ନିଜ କଲେଜରେ ନିଜକୁ ନିଆ ଲଗେଇ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ,ତେଣୁ ସେହି ଭଉଣୀଙ୍କୁ ନ୍ୟାୟ ଦେବାପାଇଁ ସିବିଆଇ ତଦନ୍ତ ପାଇଁ,ଏହି ଭାରତୀୟ ଜନତା ପାର୍ଟିର ଉଚ୍ଚ ଶିକ୍ଷାମନ୍ତ୍ରୀ,ମୂଖ୍ୟ ମନ୍ତ୍ରୀ,ଏମ୍ ପି,ବିଧାୟକ ଇସ୍ତଫା ଓ ଗିରଫ ଦାବି କରି ବନ୍ଦ ପାଳନକୁ କଡାକଡି ଭାବରେ ଜୁନାଗଡ଼ ର ସମସ୍ତ ଛକ, ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ତେଣୁ ମୃତୁ ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦେବାପାଇଁ ଏହି ବନ୍ଦ ଡାକରା ରେ କଂଗ୍ରେସ ରୁ ରାଜ୍ୟ ସମ୍ପାଦକ ତୁଲେଶ୍ୱର ନାଏକ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଲ,ଜୁନାଗଡ ବ୍ଲକ ସଭାପତି ପରମେଶ୍ୱର ମଟେଲ,ଜୁନାଗଡ ଟାଉନ ସଭାପତି ଅମିତ ଅଗ୍ରୱାଲ,ପ୍ରଭାତ ଦାସ,ସି.ପି.ଆଇ ରୁ ରାଜ୍ୟ ପରିଷଦ ମେମ୍ବର ଦାମୋଦର ବେହେରା,କଳାହାଣ୍ଡି ଜିଲ୍ଲା ପରିଷଦ ସି.ପି.ଆଇ ରାଜାରାମ ଡୋଙ୍ଗରି,ଅକ୍ଷୟ କୁମାର ମେହେର,ପ୍ରମୁଖ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.