ନର୍ଲାରେ ଓଡ଼ିଶା ବନ୍ଦ ପାଳନ : ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ସମେତ ୮ ରାଜନୈତିକ ଦଳ। କଂଗ୍ରେସ କମିଟି ପକ୍ଷରୁ ନର୍ଲାରେ ଆୟୋଜିତ ଉକ୍ତ ବନ୍ଦ ପାଳନକୁ ଅଦ୍ଭୁତ ପୂର୍ବ ସଫଳତା ମିଳିଛି। ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ନର୍ଲା ସହର ସମେତ ରୁପ୍ରାରୋଡ ଓ ଛତିକୁଡ଼ା ଛକରେ ଦୋକାନବଜାର, ଶିକ୍ଷାନୁଷ୍ଠାନ, ପରିବହନ, ବ୍ୟାଙ୍କ ସବୁ ବନ୍ଦ ରହିଥିଲା। ବନ୍ଦ ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି। ‌ଏହି ବନ୍ଦ ପାଳନରେ ନର୍ଲା ବ୍ଳକ୍ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, କଂଗ୍ରେସ ନେତା ଚୁଲମଣି ଗୌଡ଼ିଆ, ନିରଜ ଶର୍ମା, ରଜନୀ କୁମାର, ରିଚେକର ଦୀପ, ପିଣ୍ଟୁ ନାଗ, ଅଲେଖ ସେନାପତି, ଗଣପତି ପରାଭୋଇ, ଡୋଲାଧର ଜାନୀ, ସନ୍ତୋଷ ମାଝୀ, ଶିବରାମ ମାଝୀ, ଡିଙ୍ଗର ପାତ୍ର, ସୀମା ବେହେରା, ସିପିଆଇ ଏମଏଲ ଜିଲ୍ଲା ସମ୍ପାଦକ କେଶବ ପଧାନ ଓ ସହ ସମ୍ପାଦକ ଦୟାସାଗର ନାଏକଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.