ନାଗାବଳୀ ସେତୁ ତଳେ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ଲଗାଣ ବର୍ଷାରେ ଭାସି ଆସିଥିବା ସନ୍ଦେହ

ରାୟଗଡ,୮/୮( ଶିବ ନାରାୟଣ ଗୌଡ) : ରାୟଗଡ ସହର ଉପକଣ୍ଠ ଚେକାଗୁଡା-ଡୁମାଗୁଡା ମଧ୍ୟରେ ରହିଥିବା ନାଗାବଳୀ ସେତୁ ତଳ ନଦୀପଠାରେ ଆଜି (ଗୁରୁବାର) ଏକ ଅଜଣା ଗଳିତ ଶବ ପଡି ଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ରାୟଗଡ ଥାନା ପୋଲିସଙ୍କ ସମେତ ଜଣେ ମାଜିଷ୍ଟ୍ରେଟ ଓ ଡାକ୍ତର ଟିମ୍ ପଂହଚିଥିଲେ । ଗଳିତ ଶବଟି ଦୀର୍ଘ ଦିନ ଧରି ମାଟିତଳେ ପୋତି ହୋଇଥିବାରୁ ତାହା କଙ୍କାଳରେ ପରିଣତ ହେବାକୁ ଥିବା ବେଳେ ତାହା ଜଣେ ମହିଳାଙ୍କ ବୋଲି ଜଣାପଡିଛି କିନ୍ତୁ ସଠିକ୍ ପରିଚୟ ମିିଳି ପାରି ନାହିଁ । ତେବେ ରାୟଗଡରେ ଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଉପର ମୁଣ୍ଡରୁ ପ୍ରବଳ ବନ୍ୟାଜଳ ନାଗାବଳୀ ନଦୀରେ ପ୍ରବାହିତ ହେଉଥିବା ଯୋଗୁଁ ନାଗାବଳୀ ସେତୁ ଉପରକୁ ଥିବା ଶ୍ମଶାନ ଘାଟରୁ କାଳେ ପୋତାଯାଇଥିବା ଶବଟି ବନ୍ୟାଜଳରେ ଭାସି ଆସିଥିବା ପୋଲିସ ସନ୍ଦେହ କରୁଛି । ଅପରପକ୍ଷେ ଶବଟିର ଯାଂଚ କରାଯିବା ବେଳେ ତାଙ୍କ ଛାତିରେ ଶବ ବ୍ୟବଚ୍ଛେଦ ସମୟରେ କରାଯାଇଥିବ ଅସ୍ତ୍ରୋପଚାର ଦେଖିବାକୁ ମିଳିଥିଲା । ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅନୁସନ୍ଧାନ ପରେ ଶବଟିର ପରିଚୟ ମିଳିପାରିବ ବୋଲି ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.