କେସିଙ୍ଗା ବ୍ଲକରେ ବର୍ଷା ବିତ୍ପାତ
କେସିଙ୍ଗା,୮/୮ : କଳାହାଣ୍ଡି ଜିଲ୍ଲାରେ ଆଷାଢ ମାସରେ ସ୍ବଳ୍ପବୃଷ୍ଟି ଯୋଗୁଁ ଚାଷବାଷ ନଷ୍ଟ ହେବାକୁ ବସିଥିବାବେଳେ ଏବେ ଶ୍ରାବଣ ମାସରେ ୟୁ ଟର୍ଣ୍ଣ ମାରି ବର୍ଷା ହାଜର । ତିନିଦିନ ମନଇଚ୍ଛା ବର୍ଷି ନଦୀ ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ନଦୀର ତଳବର୍ତ୍ତି ଅଞ୍ଚଳରେ ଯାହାବି ଟିକେ ଅଧେ ଚାଷ ହୋଇଥିଲା ପାଣିଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ତେବେ କେସିଙ୍ଗା ବ୍ଲକର ଅନେକ ଅଞ୍ଚଳ ପାଇଁ ଆଶିର୍ବାଦ ସଦୃଷ୍ୟ ହୋଇଛି ଏହି ବର୍ଷା, ଚାଷକାମ ଆଗେଇଛି ।
ତିନିଦିନର ଲଗାଣ ବର୍ଷା ଯୋଗୁଁ ମୁଡାଟାଲ ନଲିଆରେ ୧୫ ଫୁଟ ପାଣି ଜମିରହିଛି । କେସିଙ୍ଗାରୁ କର୍ଲାମୁଣ୍ଡା ଏବଂ ରିସିଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିବା ମୁଡାଟାଲ ନଲିଆର ଯୋଗୁଁ ଏଗି ରାସ୍ତାରେ ଗମନାଗମନ ଠପ ହୋଇଯାଇଛି । ରାସ୍ତା ଉପରେ ଚାଲିଛି ପାଣି । ସ୍କୁଲ କଲେଜେ ଓ ପଞ୍ଚାୟତକୁ ଯିବାପାଇଁ ବେଲଖଣ୍ଡି ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ବର୍ଷ ବ୍ରିଜ଼ କାମ ଆରମ୍ଭ ହେଇଥିବା ବେଳେ କାମ ଶେଷ ହେଇ ପାରିଲା ନାହିଁ ଅଧାଅବସ୍ଥାରେ ପଡ଼ିରହିଛି ବ୍ରିଜ କାମ । ଯାହା ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ଏହି ରାସ୍ତା ପାର୍ଶ୍ବରେ ଥିବା ବେଲଖଣ୍ଡି ମନ୍ଦିରକୁ ଯିବାପାଇଁ ଲୋକଙ୍କୁ ମନା କରାଯାଉଛି, କାରଣ ଜଳ ବୃଦ୍ଧି ହେବାରେ ଲାଗିଛି । କେସିଙ୍ଗା ବିଡିଓ ଭୀମସେନ ଶବର ଏହି ଅଞ୍ଚଳ ପରିଦର୍ଶନ କରି ସମସ୍ତଙ୍କୁ ମନ୍ଦିର ପରିସରରେ ନରହିବା ପାଇଁ ଅନୁରୋଧ କରିଛନ୍ତି ।
କେସିଙ୍ଗା ବ୍ଲକ ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in