ଦିଗାମ୍ବର ଲୁହା ସଭାପତି, ଯତିନ୍ଦ୍ର କର ସାଧାରଣ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଷ୍ଟିକୁଡି ବଜାର ପ୍ରାଙ୍ଗଣରେ ଅଲ ଓଡ଼ିଆ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡିର ନୂତନ କର୍ମକର୍ତ୍ତା ପୁନଃର୍ଗଠନ ଓ ଚୟନ କାର୍ଯ୍ୟକ୍ରମ ରାମସ୍ବାମୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଜିଲ୍ଲା ଆବାହକ କମିଟି କଳାହାଣ୍ଡି ଆହ୍ବାନ କ୍ରମେ ଏଥିରେ ୧୩ ଗୋଟି ବ୍ଲକର କୋଣ ଅନୁକୋଣରୁ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଛବିଲାଲ ନିଆଲ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ସର୍ବ ସମ୍ମତି କ୍ରମେ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡିର ନୂତନ ସଭାପତି ଭାବେ ଦିଗମ୍ବର ଲୁହା, ସାଧାରଣ ସମ୍ପାଦକ ତଥା ମହାସଚିବ ଯତୀନ୍ଦ୍ର କର, କାର୍ଯ୍ୟକାରୀ ସଭାପତି ଭାବେ ଦିଗମ୍ବର ଦୁରିଆ, ଜୟପ୍ରକାଶ ଜାଲ, କାଞ୍ଚେଶ୍ୱରି ବାଗ, ଅଜୟ ଦୀପ, ଉପସଭାପତି ଭାବରେ ଧବଳେଶ୍ଵର ନାଗ, ଶ୍ରୀକାନ୍ତ ଛତ୍ରିଆ, ବରୁଣ ନାଏକ, ଦୁର୍ଯ୍ୟଧନ କୁମାର, ମୌସିକ ମଙ୍ଗରାଜ, ଜିଲ୍ଲା ସମ୍ପାଦକ ଭାବରେ ଅଭିରାମ ନନ୍ଦ, ଶଙ୍କର କର, ଢଗ ମାଲିଆ ନାଏକ୍, ନରସିଂହ ନିଆଲ୍, ଦୟାନିଧି ନାଏକ, ଖଗେଶ୍ବର ପାଣିଗ୍ରାହୀ, ପ୍ରଶାନ୍ତ କୁମାର (ଗୋପ), କୋଷାଧ୍ୟକ୍ଷ ଭାବେ କୌସିକ ଦୂରିଆ, ଆଇନ ବିଭାଗ ମୁଖ୍ୟ ଭାବେ ଛବିଲାଲ୍ ନିଅଲ୍ ଏବଂ ଉପ ମୁଖ୍ୟ ଲୋକନାଥ ନାଗ (କଲମପୁର), ସାମାଜିକ ବିଭାଗ ମୁଖ୍ୟ ଲୋକନାଥ ନାଗ (କେସିଙ୍ଗା), ଉପ ମୁଖ୍ୟ ସାମାଜିକ ସେନାପତି ନାଏକ, ମହିଳା ବିଭାଗ ମୁଖ୍ୟ ପ୍ରତିମା ମହାନନ୍ଦ ଓ ଉପ ମୁଖ୍ୟ ଲୟା କୁମାର, ଯୁବ ବିଭାଗ ମୁଖ୍ୟ ଭାବେ ଲଳିଙ୍ଗ କୁମାର ଓ ମାଧବ ସୁନାନୀ, ଉପ ସଭାପତି ବିଶି କେଶନ ଦୁର୍ଗା, ଯୁବ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ଦୁର୍ଗା, ସଂସ୍କୃତି ବିଭାଗ ମୁଖ୍ୟ ଧିମାନ୍ ଅଭିଜିତ କର, ଜ୍ୟୋତି ପ୍ରକାଶ ମହାନନ୍ଦ, ବରୁଣ ମହାନନ୍ଦ, ମିଡ଼ିଆ ବିଭାଗ ଧୀରେନ୍ଦ୍ର ସୁନାନୀ, ସୁନିଲ ବିଶି, ଭୂଜରାଜ ଛତ୍ରିଆ, ପ୍ରଶାସନିକ ମୁଖ୍ୟ ତ୍ରିଲୋକ୍ୟ ହରପାଳ ପ୍ରକାଶ ସାଗର, ଦୟାନିଧି ନିଆଲ, ସାମନ୍ତ ଦୁର୍ଗା ମନୋନୀତ ହୋଇଛନ୍ତି। ସେହିପରି ଭାବେ ଉପଦେଷ୍ଟା ମଣ୍ଡଳୀରେ ରାମ ସ୍ବାମୀ ନାଏକ, ରାଜେନ୍ଦ୍ର ଭାରତୀ, ପ୍ରତାପ ବାଗ, ଚୈତନ୍ୟ ବେମାଲ, ବୈଦ୍ୟନାଥ ବେହେରା, ଯୁଝେଷ୍ଠି ଭଗତ, ସତ୍ୟାନନ୍ଦ ନାଗ ପ୍ରମୁଖ ରହିଛନ୍ତି। ଜୟପ୍ରକାଶ ଜାଲ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କେସିଙ୍ଗା ବ୍ଲକ ସଭାପତି ଯୁଝେଷ୍ଟି ଭଗତ। ଅଭିମନ୍ୟୁ ବିଶି, ବାବୁଲି ବିଶି, ବିଭୁଧ ବିଶି, ସୋମ, ଅଶୋକ ବାରିକ, ଭବାନୀ ବିଶି, ଚିରଞ୍ଜିବୀ ବିଶି, ରୋମାଞ୍ଚଲ କୁମାର, ନାଗେଶ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରବର୍ତୀ ବୈଠକରେ କମିଟି ଓ ବିଭିନ୍ନ ବିଭାଗର ସମ୍ପ୍ରସାରଣ କରାଯିବା ପାଇଁ ନିଷ୍ପତି ହୋଇଥିଲା।