ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସହରର ଭେଟେରନାଲ ସୋଲଜେର ଆସୋସିଏସନ ପକ୍ଷରୁ କାର୍ଗିଲ ଦିବସ ପାଳିତ ହୋଇଯାଇଛି | ୧୯୯୯ ମସିହା ଜୁଲାଇ ୨୬ ତାରିଖ ଦିନ ଭାରତୀୟ ସେନା କାର୍ଗିଲ ଉପରେ ବିଜୟ ଲାଭ କରିଥିଲା | ଏହି ଦିନରେ ଅନେକ ଭାରତୀୟ ସେନା ଦେଶପାଇଁ ବଳିଦାନ କରିଥିଲେ | ସେହି ଦିନର ବୀରତ୍ୱକୁ ମନେପକାଇବା ପାଇଁ ସାରା ଭାରତ ବର୍ଷରେ କାର୍ଗିଲ ଦିବସ ପାଳନ କରାଯାଉଛି | ଏଥି ନିମନ୍ତେ ରାୟଗଡ଼ା ସହରର ଭେଟେରନାଲ ସୋଲଜେର ଆସୋସିଏସନ ପକ୍ଷରୁ ଗୌତମ ନଗର ୪ର୍ଥ ଲାଇନ ରେ ଥିବା କାର୍ଯ୍ୟଳୟ ଠାରେ କାର୍ଗିଲ ଦିବସ ପାଳନ ସହ କ୍ୟାଣ୍ଡେଲ ଶୋଭା ଯାତ୍ରା କରାଯାଇଥିଲା | ଏହି ଦିବସ ପରିପେକ୍ଷୀରେ ଆସୋସିଏସନର ସଭାପତି ଶିବଶଙ୍କର ରଥ ଳଙ୍କ ନେତୃତ୍ୱରେ ସି.ଆର.ପି.ଏଫ୍ ର ୪ର୍ଥ ବାଟାଲିୟନ ବିଭିନ୍ନ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ହାତରେ କ୍ୟାଣ୍ଡେଲ ଧରି ଶୋଭା ଯାତ୍ରା କରି କାର୍ଯ୍ୟାଳୟରେ ପହଞ୍ଚିଥିଲେ | ସେଠାରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ମାନଙ୍କ ଦ୍ୱାରା ଭାରତୀୟ ସହିଦ ଯବାନ ମାନଙ୍କ ଗୁଣ ଗାନ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |