ମୃତ ଡ୍ରାଇଭରଙ୍କ ପରିବାରକୁ ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷରୁ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜିର ସଦସ୍ୟ ବେଦବ୍ୟାସ ବିଶିଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାରବର୍ଗଙ୍କୁ ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବଲାଙ୍ଗିର ଜିଲ୍ଲା କୋଷାଧ୍ୟକ୍ଷ ଅମିତ ଦଣ୍ଡ ସେନା, କଣ୍ଟାବାଞ୍ଜି ଓଡିଶା ଡ୍ରାଇଭର ମହାସଂଘ ସଭାପତି ଗିରିଧାରୀ ଧାରୁଆ, ସହ ସମ୍ପାଦକ ପ୍ରସାଦ ବାଗ, ଉପସଭାପତି ଶମ୍ଭୁତାଣ୍ଡି, କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ମହାନନ୍ଦ କଣ୍ଟାବାଞ୍ଜି ଡ୍ରାଇଭର ୟୁନିଅନ ସଭାପତି କାର୍ତ୍ତିକ ବରିହା, ଉପସଭାପତି ନନ୍ଦଲାଲ କୁମ୍ଭାର, ସଂପାଦକ ରୋହିତ ନାୟକ, ସହସମ୍ପାଦକ ବିଜୟ ଦାସ, ଉପଦେଷ୍ଟା ଦେବରାଜ ଯାଦବ, ଲାଲ ବଞ୍ଛୋର୍, ସୁନିଲ ପଟେଲ, ରଞ୍ଜିତ ପୁଞ୍ଜି, ଶଙ୍କର ପୁଞ୍ଜି, ସାର୍ତିକ ବଞ୍ଚୋର୍ ଏବଂ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ମୃତ ଡ୍ରାଇଭରଙ୍କ ପରିବାରକୁ ସଂଘ ପକ୍ଷରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଗରିବ ପରିବାରକୁ ସହାୟତା କରାଯାଇଥିବାରୁ ବିଭିନ୍ନ ମହଲରୁ ସଂଘକୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.