ବଲାଙ୍ଗୀର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନ ଦାବିରେ ସୋମବାର ଦିନ ୨୪ଘଣ୍ଟିଆ ବନ୍ଦ୍ ପାଳନ ପରେ ଗତକାଲିଠାରୁ ୧୦ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ। ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ଯ୍ୟ ବନ୍ଦ ରଖିବାକୁ ଘୋଷଣା କରିଥିଲା ସଂଘ । କୋର୍ଟ ଆଗରେ ଧାରଣା ଦେବା ସହ ପିକେଟିଂ କରୁଛନ୍ତି ଆଇନଜୀବୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ସରକାର ଏ ଦିଗରେ ପଦକ୍ଷେପ ନେଉନଥିବାରୁ ବାର ସମ୍ମୁଖରେ ଓକିଲମାନେ ଲଣ୍ଡା ହୋଇ ପ୍ରତିବାଦ କରିଛନ୍ତି।