ଶବ କାନ୍ଧେଇଲେ ବିଡ଼ିଓ

ବଲାଙ୍ଗୀର: ନାଥବାବା ନାମକ ଅନ୍ୟ ରାଜ୍ୟର ଜଣେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର କରିବାକୁ କେହି ଆସିଲେନି। ଶେଷରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବିଡ଼ିଓ ତରଣୀସେନ ସୁନା ଶବ କନ୍ଧେଇ ମାନବିକତାର ପରିଚୟ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଖପ୍ରାଖୋଲ ବ୍ଲକ ବାଞ୍ଜିପାଲି ଗାଁରେ। ଏଥିରେ ତାଙ୍କୁ ଦୁଇଜଣ ସାମ୍ବାଦିକ ଓ ଜଣେ ଆଇନଜୀବୀ ସହଯୋଗ କରିଥିଲେ। ଜଣେ ଗ୍ରାମବାସୀଙ୍କ ସହାୟତାରେ ୪ଜଣ ମିଶି ଶବ ସତ୍କାର କରିଥିଲେ। ପ୍ରକାଶ ଥାଉକି ନାଥ ବାବା ନାମରେ ଜଣେଲୋକ ବାଞ୍ଜିପାଲି ଗାଁରେ ରହି ଲୋକଙ୍କ ହାତଦେଖି ଭବିଷ୍ୟ କହୁଥିଲା।ସେଥିରୁ ମିଳୁଥିବା ଅର୍ଥରେ ଚାଲୁଥିଲା। ସେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.