ରାୟଗଡ଼ାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୋଲିସ ଡ଼ି.ଜି ଙ୍କ ଉଦେଶ୍ୟରେ ରାୟଗଡ଼ା ଆରକ୍ଷୀ ଅଧିକାରୀଣି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି |ରାୟଗଡ଼ାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁସୁଡ଼ି ପଡିବା ସହ ନାରୀ ଛାତ୍ରୀ ମାନଙ୍କ ଅସୁରକ୍ଷିତ,ସାରା ରାଜ୍ୟରେ ଦୁଷ୍କର୍ମ,ଗଣ ଦୁଷ୍କର୍ମ ହୁତୁ ହୁତୁ ହୋଇ ବାଡ଼ିଚାଲିଛି | ରାଜ୍ୟରେ ନାରୀ ସୁରକ୍ଷା ପାଇଁ ବିଜୁ ଜନତା ଦଳ ମୁଖ୍ୟା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ରାୟଗଡ଼ା ନଗର ସଭାପତି ପ୍ରବୀଣ କୁମାରଙ୍କ ନେତୃତ୍ୱରେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାୟଗଡ଼ା ଆରକ୍ଷୀ ଅଧିକାରୀଣି ସ୍ଵାତି ଏସ କୁମାର ଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି | ଏଥିରେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ସାମିଲା ହୋଇ ନାରା ବାଜି ସହ ନଗର ପରିକ୍ରମା କରି ଆରକ୍ଷୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.