ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆଜି ଜାତୀୟ ହସ୍ତତନ୍ତ ଦିବସ ଉତ୍ସାହର ସହିତ ପାଳିତ ହୋଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ ଶ୍ରୀମତୀ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିତ୍ତ ନିୟନ୍ତ୍ରକ କରନ ସୋରେନ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇ ଏହି ଦିବସର ସ୍ବାତନ୍ତ୍ର୍ଯକୁ ପରିପ୍ରକାଶ କରିଥିଲେ।

ଉଲ୍ଲେଖନୀୟ ଭାବରେ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି ଦିନରେ ହସ୍ତତନ୍ତ ଶାଢ଼ୀ ଓ ବସ୍ତ୍ରରେ ପ୍ରସ୍ତୁତ ପୋଷାକ ପିନ୍ଧି ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲେ।

ସୂଚନାଯୋଗ୍ଯ, ବିଶ୍ୱବିଦ୍ୟାଳୟ ଦ୍ବାରା ନିଆ ଯାଇଥିବା ପଦକ୍ଷେପ ଭାବରେ ପ୍ରତି ସପ୍ତାହର ଶୁକ୍ରବାର ଦିନ ଓ ଚତୁର୍ଥ ଶନିବାର ଦିନ ପ୍ରତ୍ୟେକଙ୍କୁ ହସ୍ତତନ୍ତ ବସ୍ତ୍ରରେ ନିର୍ମିତ ପୋଷାକ ପିନ୍ଧିବା ନିୟମ କରାଯାଇଛି, ଯାହା ବୁଣାକାର କାରିଗର ଓ ଶିଳ୍ପୀଙ୍କ ନିମିତ୍ତ ବୃହତ୍ ସମର୍ଥନ ପ୍ରଦାନ କରିବାରେ ସହାୟକ ହେବ।

ଏହି ଅଭିଯାନ ମାଧ୍ୟମରେ ହସ୍ତତନ୍ତ ଓ ବୟନ ଶିଳ୍ପକୁ ପୁନଃ ଚେତନା ଦେଇ ଏହାକୁ କାରୀଗର ମାନଙ୍କ ସ୍ଥାୟୀ ଆର୍ଥିକ ଉତ୍ସ ରୂପେ ଉନ୍ନତି ଦିଆଯିବା ଆଶାପୋଷଣ କରାଯାଇଛି।
ଅଧ୍ୟାପକ-ଅଧ୍ୟାପିକାବୃନ୍ଦ, ଅଣଶିକ୍ଷକ କର୍ମଚାରୀଗଣ ଏହି ପଦକ୍ଷେପକୁ ଅଭିନନ୍ଦନ ଜଣାଇ ସ୍ବେଚ୍ଛାରେ ଯୋଗ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.