ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ 

ଉଦଘାଟିତ ହେଲା ଦୁଇ ଦିନିଆ ମେହେର ଜୟନ୍ତୀ 

ପଚାଶ ବର୍ଷ ଧରି ନିୟମିତ ମେହେର ଜୟନ୍ତୀ ଆୟୋଜନ ପ୍ରଶଂସନୀୟ ଉଦ୍ୟମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ପ୍ରତି ବର୍ଷ ଦୁଇ ଦିନ ଧରି ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଆଜକୁ ପଚାଶ ବର୍ଷ ନିୟମିତ ଭାବେ ଆୟୋଜନ କରିଆସୁଛି। ଏହି ପ୍ରୟାସକୁ ମେହେର ଜୟନ୍ତୀ ସମାରୋହର ଉଦଘାଟନ ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ ଭୁୟସୀ ପ୍ରଶଂସା କରିଛନ୍ତି। ମ.ରାମପୁରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହର ଆଜି ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟ ରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ଣ ୧୦. ୩୦ ମିନିଟ ସମୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପ ସଭାପତି ରାକେଶ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଏପିଓ ଅଭିଳାଷା ସିଂହଦେଓ, ବାରବନ୍ଧା ସରପଞ୍ଚ ବୃନ୍ଦାବତୀ ପାଠକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ହେମନ୍ତ ସାହୁ କାର୍ଯ୍ୟକ୍ରମ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ ଉତ୍ସବ ପରେ ପ୍ରାକ୍ ପ୍ରାଥମିକରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଚିତ୍ରାଙ୍କନ, ରଚନା, ସାଧାରଣ ଜ୍ଞାନ, କଣ୍ଠ ସଙ୍ଗୀତ, ବକ୍ତୃତା, ଗଳ୍ପ, କବିତା ଲିଖନ ଆଦି ପ୍ରତି ଯୋଗିତା କରାଯାଇଥିଲା। ସଂସଦର ଅନ୍ୟତମ ସହ ସମ୍ପାଦକ ନାରାୟଣ ମହାଳିକ, ଶିକ୍ଷୟିତ୍ରୀ ଜ୍ୟୋସ୍ନା ମହାରଣା, ଧୀରେନ୍ଦ୍ର ମହାନ୍ତି, ଅକ୍ଷୟ ତ୍ରିପାଠୀ, ସରୋଜ ଘଡେ଼ଇ, ଅଙ୍କିତ ଦଣ୍ଡ ସେନା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.