କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଜାତୀୟ କୃମି ନାଶକ ଦିବସ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଦିବାସୀୟ ଜାତୀୟ କୃମି ନାଶକ ଦିବସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏହି ପରିପେକ୍ଷୀରେ କଲ୍ୟାଣ ସିଂହପୁର ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ମୋହନ ରାଓ କୋଣ୍ଡାଗୋରୀ, ବିଜୟ କୁମାର ସେଠି, ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲୋହିତ ଅନ୍ୱେଷ ସାହୁ, ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ ପରିଚାଳକ କୌଳାଶ କୁମାର ନାୟକ,ଗୋଷ୍ଟି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ ମହାନ୍ତି ମଞ୍ଚାସିନ ରହିଥିଲେ | ଏହି କର୍ମଶାଳାରେ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଜଣେ ଶିକ୍ଷକ / ଶିକ୍ଷୟତ୍ରୀ ଉପସ୍ଥିତ ରହି ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଠାରେ କୃମି ରୋଗ ଦ୍ୱାରା ଛାତ୍ର ଉପସ୍ଥାନ କମ ହୋଉଥିବା କୁ ଏଡାଇବାକୁ ନେଇ ଆଲୋଚନା ସହ ସମୂଳେ କିପରି କୃମି ନାଶ ହୋଇପାରିବ ତାହାରି ଉପରେ ଆଲୋଚନା କରିଥିଲେ | ଶେଷରେ ଆସନ୍ତା ୧୨ ତାରିଖ ଦିନ ଜାତୀୟ ସ୍ତରୀୟ କୃମି ନାଶକ ଦିବସ ପ୍ରତ୍ୟେକ ବିଦ୍ୟାଳୟରେ ପାଳନ ନିମନ୍ତେ ଅଣ୍ଟା ଭିଡ଼ିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.