ରାୟଗଡ ଠାରେ ଜିଲ୍ଳାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

ରାୟଗଡ,୧୦/୮ : ସାରା ବିଶ୍ୱରେ ଅଗଷ୍ଟ ୯ତାରିଖକୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି କ୍ରମରେ ଜିଲ୍ଳା ସଦର ମହକୁମା ଠାରେ ମଧ୍ୟ ଆଦିବାସୀ ସମାଜ, ରାୟଗଡ ତରଫରୁ ପ୍ରଥମ ଥର ପାଇଁ ବିଶ୍ୱ ଆଦିବାସୀ ଦିବସକୁ ମହା ସମାରୋହରେ ପାଳନ କରାଯାଇଛି । ସହରର ଅଧିଷ୍ଠ୍ରାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର, ଶିରିଗୁଡା ଓ ତୁମ୍ବିଗୁଡା ଛକ ଠାରୁ ପାରମ୍ପରିକ ନାଚଗୀତ ଓ ବାଦ୍ୟଯନ୍ତ୍ର ସହ ନିଜ ବେଶପୋଷାକ ପିନ୍ଧି ହଜାର ହଜାର ଆଦିବାସୀ ସଂପ୍ରଦାୟର ଲୋକେ ଏହି ୩ଟି ସ୍ଥାନରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ରେଳୱେ ଅଭିନନ୍ଦନ ହଲ ଠାରେ ଆୟୋଜିତ ସଭାସ୍ଥଳକୁ ଯାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରଥମେ ଆଦିବାସୀଙ୍କ ପୂଜାରୀତି ଅନୁଯାୟୀ ଝାଙ୍କିରି ଓ ଧରୁଣୀପେନୁ ପୂଜା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ପୂର୍ବତନ ସାଂସଦ ଲୋକସଭା ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି, ନିୟମଗିରିର କୁର୍ଲି ପଂଚାୟତ ସରପଂଚ ଡ୍ରିଂଜ ଜାକାକା, ଜିତୁ ଜାକକା, ମାଁ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା, କଂଗ୍ରେସ ମହିଳା ପ୍ରଦେଶର ଉପସଭାପତି ରତ୍ନମଣି ଉଲାକା, ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତି ଅମ୍ବିକା ବିଡିକା, ଲୋକ ସଂପର୍କ ଓ ସୂଚନା ବିଭାଗର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ଜଳନ୍ଧର ପୁଶିକାଙ୍କ ସମେତ ଅନ୍ୟମାନେ ମଂଚାସୀନ ହୋଇଥିଲେ ।

Udyog Nursery
Udyogi Nursery

ଜିଲ୍ଳା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ମଂଚ ପରିଚାଳନା କରିଥିବା ବେଳେ ହରପ୍ରସାଦ ହେପ୍ରୁକା, ଚକ୍ରଧର ବିଡିକା, ବସନ୍ତ ପେଦେଂଟିଙ୍କ ସମେତ ବହୁ ଆଦିବାସୀ ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ । ଆଦିମ କାଳରୁ ଆଦିବାସୀମାନେ ନିଜର ଜଳ,ଜମି,ଜଙ୍ଗଲ ସହ ନିଜର ପରମ୍ପରା, ଐତିହ୍ୟ, କଳା ସଂସ୍କୃତି ଓ ପର୍ବପର୍ବାଣୀକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯାହାକୁ ନେଇ ୟୁଏନ ତରଫରୁ ସାରା ବିଶ୍ୱରେ ଆଦିବାସୀ ଦିବସ ପାଳନ କରିବାକ ନିଷ୍ପତି ନିଆଯାଇଥିବା ବେଳେ ଏହା ୧୯୯୪ ମସିହାରୁ ଆରମ୍ଭ କରାଯାଇଛି । ରାୟଗଡ ଜିଲ୍ଳାରେ ବସବାସ କରୁଥିବା ସମସ୍ତ ଆଦିବାସୀ ସଂପ୍ରଦାୟର ଲୋକଙ୍କ ବିକାଶ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାଗୁଡିକରେ ଉପକୃତ ହେବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ନିଜ ନିଜର ମତରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂପ୍ରଦାୟର ଯୁବକ ଯୁବତୀ ମାନେ ନିଜର କଳା ପ୍ରତିଭାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରି ଉପସ୍ଥିତ ୨ହଜାରରୁ ଉର୍ଦ୍ଧ ଲୋକଙ୍କ ମନ ମୋହିଥିଲେ ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.