ଦଲସର୍ଗି ପ୍ରସଙ୍ଗକୁ ନେଇ ଏସଡିପିଓ ଅଫିସ ଘେରାଉ କରିବ ଯାଦବ ସମାଜ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: କୋକସରା ବ୍ଲକର ଦଲସର୍ଗି ପ୍ରସଙ୍ଗକୁ ନେଇ ଧର୍ମଗଡ଼ ଏସଡିପିଓଙ୍କୁ ସାକ୍ଷାତ କରିଛନ୍ତି ଧର୍ମଗଡ଼ ଉପଖଣ୍ଡ ଯାଦବ ମହାସଭାର କାର୍ଯ୍ୟକର୍ତ୍ତା। ଦଲସର୍ଗି ଗାଁରେ ଗୋଚର ଜମି ଜବରଦଖଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଧର୍ମଗଡ଼ ଉପଖଣ୍ଡ ଯାଦବ ମହାସଭା ଏସଡିପିଓଙ୍କୁ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କୋକସରା ଥାନାଧିକାରୀଙ୍କ ପାଖରେ ଯାଦବ ସମାଜ ଦାବି ରଖିଥିଲେ; ଗାଇ ଚରାଳିଙ୍କୁ ଆକ୍ରମଣ କରିଥିବା ଏବଂ ଗୋଚର ଜମି ଜବରଦଖଲ କରିଥିବା ଲୋକମାନଙ୍କୁ ଗିରଫ କରାଯାଉ। କିନ୍ତୁ କୋକସରା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବାଧ୍ୟ ହୋଇ ଏସଡିପିଓ ଅଫିସ ଘେରାଉ କରାଯିବ। ଆସନ୍ତା ଅଗଷ୍ଟ ୨୦ ତାରିଖ ଦିନ ଏସଡିପିଓ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଧର୍ମଗଡ଼ ଉପଖଣ୍ଡ ଯାଦବ ମହାସଭାର ସମ୍ପାଦକ ଡାକେ ଲହଜଲ ପ୍ରକାଶ କରିଛନ୍ତି। ତେବେ ଏସଡିପିଓଙ୍କୁ ଦାବିପତ୍ର ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ଧର୍ମଗଡ ଉପଖଣ୍ଡ ଯାଦବ ମହାସଭା ସମ୍ପାଦକ ଡାକେ ଲହଜଲ, ଧର୍ମଗଡ ନଗର ସମ୍ପାଦକ ପିଣ୍ଟୁ ଭଏସାଲ, ନାରୀ ନେତ୍ରୀ ମମତା ଗୋପାଳ, ଯୁବ ନେତା ଦୁଷ୍ମନ୍ତ ଯାଦବ, ଲବଣୀ ଯାଦବ, କୃପା ଚଣ୍ଡୀ, ଦୁଃଖୁ କାଣ୍ଡ, ମଣ୍ଟୁ ନାଏକ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.