24x7News&Views
ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କୁଶୁର୍ଲାର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୭ ତାରିଖରୁ ତୁଳସୀ ଦାସକୃତ ରାମ ଚରିତ ମାନସ ପାରାୟଣ ଆରମ୍ଭ ହୋଇଛି। ବୋଲବମ କମିଟୀ କୁଶୁର୍ଲା ତରଫରୁ ଆୟୋଜିତ ଏହି ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ଦିନ ଉଦଯାପିତ ହେବ। ଏଥିରେ ବ୍ୟାସ ଭାବେ ବଲାଙ୍ଗୀର ଦାସପାଲି ନହଗାଁର ଶ୍ରୀୟାକାନ୍ତ ଦାସ ଯୋଗ ଦେଇ ସୁମଧୁର କଣ୍ଠରେ ଜନମନ ହରଣ କରୁଛନ୍ତି। ପ୍ରତିଦିନ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ପାରାୟଣ ଓ ରାତ୍ରି ୭ଟାରୁ ବାବା ମୋହନ ଦାସଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ହେଉଛି। ଏହି ପାରାୟଣରେ ବାବା ରାମ ଚରଣ ଦାସଜୀ, ପଣ୍ଡିତ ସନ୍ତୋଷ ରଥ, ମନ୍ଦିର ପୂଜକ କମ୍ଭୁପାଣି ବଡମାଲୀଙ୍କ ସମେତ ବୋଲବମ କମିଟୀର ସଭାପତି ଜଗବନ୍ଧୁ ବେହେରା, ସମ୍ପାଦକ ଗୁରୁବାରୁ ସାହୁ, ଶ୍ୟାମ ବାରିକ, ଭୂପିନ୍ଦ୍ର ସାହୁ, ଟୁକୁ ସାହୁ, ମେଘୁ ସାହୁ, ସରୋଜ ସାହୁ ପ୍ରମୂଖ ସହଯୋଗ କରୁଛନ୍ତି।
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛