କୁଶୁର୍ଲା ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣର ରାମଚରିତ ମାନସ ପାରାୟଣ

କଳାହାଣ୍ଡି/କର୍ଲାମୁଣ୍ଡା,୧୧/୮ : ସନାତନ ସଂସ୍କୃତିରେ ଶ୍ରାବଣ ମାସର ଯଥେଷ୍ଟ ଗୁରୁତ୍ବ ରହିଛି । ଏହି ମାସରୁ ଚର୍ତୁମାସ ବ୍ରତ ଆରମ୍ଭ ହୋଇଥାଏ । ପୂର୍ବ କାଳରେ ପରିବ୍ରାଜକ ସାଧୁ ସନ୍ଥ ମାନେ ଏହି ସମୟରେ ଗୋଟିଏ ସ୍ଥାନରେ ଚାରି ମାସ ରହି ଜପ, ତପ, ଶାସ୍ତ୍ର ଆଲୋଚନା ଆଦି କରୁଥିଲେ । ବର୍ତ୍ତମାନ ଆଉ ସେହି ସମୟ ନାହିଁ କିନ୍ତୁ ଆମର ପ୍ରାଚୀନ ସଂସ୍କୃତିର ସୂକ୍ଷ୍ମ ଧାରାଟିଏ ଆଜି ମଧ୍ୟ ଜନଜୀବନ ମଧ୍ୟଦେଇ ଗତିକରୁଛି, ସେହି ସୂକ୍ଷ୍ମ ସତ୍ତା ଆମ୍ଭ ମାନଙ୍କୁ ଏହି ମାସର ଗୁରୁତ୍ବ ସଂପର୍କରେ ଅବଚେତନ ମନରେ ଜାଗୃତ କରୁଛି । ଫଳ ସ୍ବରୂପ ଏହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଧାର୍ମିକ ଅନୁଷ୍ଠାନ ସବୁ ଅନୁଷ୍ଠିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କୁଶୁର୍ଲାର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୭ ତାରିଖରୁ ତୁଳସୀ ଦାସକୃତ ରାମ ଚରିତ ମାନସ ପାରାୟଣ ଆରମ୍ଭ ହୋଇଛି। ବୋଲବମ କମିଟୀ କୁଶୁର୍ଲା ତରଫରୁ ଆୟୋଜିତ ଏହି ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ଦିନ ଉଦଯାପିତ ହେବ। ଏଥିରେ ବ୍ୟାସ ଭାବେ ବଲାଙ୍ଗୀର ଦାସପାଲି ନହଗାଁର ଶ୍ରୀୟାକାନ୍ତ ଦାସ ଯୋଗ ଦେଇ ସୁମଧୁର କଣ୍ଠରେ ଜନମନ ହରଣ କରୁଛନ୍ତି। ପ୍ରତିଦିନ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ପାରାୟଣ ଓ ରାତ୍ରି ୭ଟାରୁ ବାବା ମୋହନ ଦାସଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ହେଉଛି। ଏହି ପାରାୟଣରେ ବାବା ରାମ ଚରଣ ଦାସଜୀ, ପଣ୍ଡିତ ସନ୍ତୋଷ ରଥ, ମନ୍ଦିର ପୂଜକ କମ୍ଭୁପାଣି ବଡମାଲୀଙ୍କ ସମେତ ବୋଲବମ କମିଟୀର ସଭାପତି ଜଗବନ୍ଧୁ ବେହେରା, ସମ୍ପାଦକ ଗୁରୁବାରୁ ସାହୁ, ଶ୍ୟାମ ବାରିକ, ଭୂପିନ୍ଦ୍ର ସାହୁ, ଟୁକୁ ସାହୁ, ମେଘୁ ସାହୁ, ସରୋଜ ସାହୁ ପ୍ରମୂଖ ସହଯୋଗ କରୁଛନ୍ତି।

Udyog Nursery
Udyogi Nursery

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁ ଓ କର୍ଲାମୁଣ୍ଡା ବ୍ଲକ ପ୍ରତିନିଧି ବାଲକୁମର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.