ସରିଲା ନୂଆଖାଇ, ଚାଲିଛି ଜୁହାର ଭେଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାଦ୍ର ଶୁକ୍ଳ ପଞ୍ଚମୀ ତିଥି ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ପାରମ୍ପାରିକ ରିତି ନିତି ଅନୁକ୍ରମେ ନୂଆଖାଇ ପର୍ବ ସମାପନ ହୋଇଛି । ବିଧିମତେ ଗ୍ରାମଦେବାଦେବୀ ଓ ପିଦର (ପିତୃ ଉପାସନା ସ୍ଥଳୀ)ରେ ନିଜ ନିଜର ଇଷ୍ଟ ଦେବୀଙ୍କୁ ପ୍ରଥମ ଅନ୍ନ ସମର୍ପଣ ପୂର୍ବକ ନୂଆ ଖାଇବାର ପରମ୍ପରାକୁ ସମ୍ମାନ ଦେବାକୁ ଯାଇ, ଘରେ ଘରେ ପାଳିତ ହେଇଯାଇଛି ନୂଆଖାଇ । ଜନସାଧାରଣ ନୂଆ ଖାଇବା ପରେ ପରସ୍ପର ମଧ୍ୟରେ ଜୁହାର ଭେଟ ହେଉଛନ୍ତି,  ଏହା ନୂୂଆଖାାଇ ବାସୀ ଓ ତିଆସି ଯାଏଁ ଜାରି ରହିବ । ଗାଁ ଗାଁ ଘରେ ଘରେ ନୂଆଖାଇ ପାଇଁ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ତେବେ ପୂର୍ବ ପରମ୍ପରା ଅନୁଯାୟୀ ଦଶମୀ ତିଥିରେ ନୂଆ ଖାଇବେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.