ନର୍ଲା ଉପରପଡାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉପରପଡାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଖାଇ ଭେଟଘାଟ କମିଟି ନର୍ଲା ଆନୁକୂଲ୍ୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲାର ପୂର୍ବତନ ସରପଞ୍ଚ ତଥା ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ ଜଗନ୍ନାଥ ସାହୁ, ସମାଜସେବୀ ତଥା ବିଶିଷ୍ଟ ଚାଷୀ ସାହିତ୍ୟିକ କୁମୁଦଚନ୍ଦ୍ର ନାଏକ, ବରିଷ୍ଠ ନାଗରିକ କମଳ ପୂଝାରୀ, ଯୁବନେତା ପ୍ରଦୀପ ନାଏକ, ଦୀପୁ ପାତ୍ର, ନରସିଂହ ଥପା, ଯୁବ ଚାଷୀ ପ୍ରଫୁଲ୍ଲ ନାଗ, ରାୟଗଡାର ଯୁବ ପ୍ରତିଭା ସତ୍ୟନାରାୟଣ ମହାପାତ୍ର, ସୋମନାଥ ପୁଝାରୀ, ପାଙ୍କଜିନୀ ନାଏକ ପ୍ରମୁଖ ଯୋଗଦାନ କରି ନୂଆଖାଇ ପରମ୍ପରା ବିଷୟରେ ବିଷଦ ଭାବରେ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅରୁଣ ପ୍ରଧାନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଜଗତରାମ ସାହୁ, ସନ୍ତୋଷ କୁମାର ପାତ୍ର, ନୀଳକଣ୍ଠ ବେହେରା ପ୍ରମୁଖଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାବାଦ ଦୀର୍ଘ ୨୪ ବର୍ଷ ଧରି ଅନୁଷ୍ଠିତ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ସିଦ୍ଧହସ୍ତ କଳାକାର ପିତାମ୍ବର ଗୌଡ, ଖୁଦୁରୁକୁଣୀ ଓସା କମିଟି ଓ ବାଉଁଶ କାରିଗର ବେଣୁ ପାତ୍ରଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂଆଖାଇ ଉପଲକ୍ଷେ ଅନୁଷ୍ଠିତ ସଙ୍ଗୀତ, ହୂଳହୁଳି, ଶଙ୍ଖନାଦ, ସାଇକେଲ ଚାଳନା, କଳସ ମୁଣ୍ଡେଇବା ପ୍ରଭୃତି ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କବୟତ୍ରୀ ଝରଣା ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ। କୁନିକୁନି ଶିଶୁ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ନୂଆଖାଇ ଭେଟଘାଟ କମିଟିର ବରିଷ୍ଠ ସଦସ୍ୟ ନୀଳକଣ୍ଠ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.