ଗାଡେବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ପାଣ୍ଡେଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁରାଟ କ୍ଲଷ୍ଟର ଅନ୍ତର୍ଗତ ଗାଡେବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ପାଣ୍ଡେ  ଅବସର ନେଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ବାସୀଙ୍କ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବରେ ନର୍ଲା ଶିକ୍ଷା ବିଭାଗ ର ମୁଖ୍ୟ କିରାଣୀ ପୁଝାରୀଆଜ୍ଞା, ଅବସର ପ୍ରାପ୍ତ ଶିକ୍ଷକ ଅଭିରାମ ପଧାନ୍, ରାଣିପଟା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଋତୁରାଜ ରଣା, ଗୁଣପୁର ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ, ଗାଡେବନ୍ଧ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଉମାକାନ୍ତି ନାଗ, କ୍ରୀଡା ଶିକ୍ଷକ ଦଶରଥ ଭୋଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଝୁନି ଗୌଡ, ଗ୍ରାମର ଗୌନ୍ତିଆ ତଥା ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ମାଝୀ, ବରିଷ୍ଠ ନାଗରିକ ତପିମଣି ମାଝୀ, ଯୁବ ସଂଗଠକ କେତନ ମାଝୀ, ୱାର୍ଡ ମେମ୍ବର ଧନେ ହରିପାଲ, ସନ୍ତୋଷ ହରିଜନ ପ୍ରମୁଖ ଯୋଗ ଦେଇ ଶ୍ରୀ ପାଣ୍ଡେଙ୍କର ସମୟାନୁବର୍ତ୍ତିତା ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ। ଗ୍ରାମବାସୀ ମାନପତ୍ର ଓ ଉପଢୌକନ ସହ ସମ୍ମାନୀତ କରି ଡିଜେର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ। ବ୍ଲକ୍ ଶିକ୍ଷା ବିଭାଗ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫାଇନାଲ ପେନସନ ପେପର, ଗ୍ରାଚୁଇଟି ସହ ସମସ୍ତ କାଗଜ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ସଙ୍ଗୀତ ବହୁତ ସୁନ୍ଦର ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୀତିକାର ଓ କଣ୍ଠ ଶିଳ୍ପୀ ନରୋତ୍ତମ କରୁଆଁ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଲୁଚନ ମାଝୀ, ରାମାନନ୍ଦ ମାଝୀ, ସୁଦାମ ମାଝୀ, ପ୍ରଭାସ ହରିପାଲ, ନାଥ ନାଏକ ଓ ଗ୍ରାମବାସୀ ବୃନ୍ଦ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.