କଳାହାଣ୍ଡି ସି.ଟି ପ୍ରାଥମିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜଗତକୁ ଜ୍ଞାନର ଆଲୋକ ବାଣ୍ଟିଥିବା ଜ୍ଞାନ ଯୋଗୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିରେ ଗୁରୁ ଦିବସ ପାଳିତ ହୋଇଛି। ଭାରତ ବର୍ଷରେ ଗୁରୁପୂଜା ଅନେକ ଗୁରୁତ୍ବ ବହନ କରେ। ଲୋକମାନଙ୍କ ମାନସିକତାରେ ଗୁରୁ ହିଁ ସାକ୍ଷାତ ଇଶ୍ବର। ଭାରତୀୟ ଧର୍ମ ସଂସ୍କୃତି ଓ ଦର୍ଶନ ଗୁରୁବାଦ ଉପରେ ପ୍ରତିଷ୍ଠିତ। ଗୁରୁ ପରମ୍ପରା ପାଳନ ଏକ ସମର୍ପଣ ଭାବର ସ୍ବୀକାରୋକ୍ତି ବୋଲି ଶୁକ୍ରବାର ଭବାନୀପାଟଣା ଠାରେ ଆୟୋଜିତ କଳାହାଣ୍ଡି ସି.ଟି. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ଉତ୍ସବରେ ଯୋଗଦେଇଥିଳା ନିମନ୍ତ୍ରିତ ଅତିଥିମାନେ ପ୍ରକାଶ କରିଥିଲେ।

ଶିକ୍ଷକ ଜଣେ ତପସ୍ବୀ। ନିଜର ଅର୍ଜିତ ଜ୍ଞାନ ବଳରେ ସେ ଶିକ୍ଷାର୍ଥୀମାନଙ୍କୁ ସଠିକ୍ ମାର୍ଗରେ ପରିଚାଳିତ ହେବାର ରାହା ଦେଖାଇଥାନ୍ତି। ନିଜର ସମସ୍ତ ଅସୁବିଧାକୁ ଉପେକ୍ଷା କରି ସେ ନିରନ୍ତର ବ୍ୟକ୍ତିତ୍ବ ନିର୍ମାଣରେ ବ୍ରତୀ ରଖୁଥାନ୍ତି। ଏହି ଦୃଷ୍ଟିରୁ ଶିକ୍ଷଳ ଜଣେ ତ୍ୟାଗୀ ବୋଲି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଯୁବ ସଂସ୍କାର ସଭାଗୃହ ପରିସରରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମରେ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ସି.ଟି ସଂଘ ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ଼ାଃ ନିବେଦିତା ନାଥ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସ୍ବାଧିନ ପାତ୍ର, ସ୍ବତନ୍ତ୍ର ଅତିଥି ଭାବେ ସି.ଟି ଶିକ୍ଷକ ସଂଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସାଇବର କ୍ରାଇମ ଡିଏସପି ଅଳକା ସାହୁ, ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉପ କୁଳସଚିବ ଜୟଦେବ ସାହୁ, ରାଷ୍ଟ୍ରପତି ପୁରସ୍କୃାର ପ୍ରାପ୍ତ ଶିକ୍ଷକ ପ୍ରଭାସ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।

ସଭା ପ୍ରାରମ୍ଭରେ ଅତିମାନଙ୍କ ଦ୍ବାରା ସଂଘୀୟ ପତାକା ଉତ୍ତୋଳନ ସହ ମାଁ ମାଣିକେଶ୍ଵରୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଓ ଅବସର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଏଥିରେ ସାଇବର କ୍ରାଇମ ଉପରେ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମ ସଭା ପରିଚାଳନା କରିଥିଲେ ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ।

ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଲାଞ୍ଜିଗଡ଼ ବ୍ଲକ ସି.ଟି ସଂଘ ସଭାପତି ଅନିଲ ତ୍ରିପାଠୀ ସମ୍ପାଦକ ମନୋଜ କୁମାର ମହାଖୁଡ଼, କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ପାଠୀ, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାଏକ, ଶିକ୍ଷକ ସ୍ମୃତି ରଞ୍ଜନ ରଥ, ଯୁଧିଷ୍ଠିର ମହାନନ୍ଦ, ଜନାର୍ଦ୍ଦନ ମିଶ୍ର,ଭୃକୁଟି ଗଉଡ଼,ଜଗତରାମ ଶବର, ଧନଞ୍ଜୟ ପାଣିଗ୍ରାହୀ, ଜଗନ୍ନାଥ ତ୍ରିପାଠୀ, ସୁଶିଲ ଦାସ, ମୁକୁନ୍ଦ ରେଡ଼ିଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.