ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲା ଜୁନାଗଡ ସହରରେ ରବିବାର ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟଙ୍କ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳୁ ପରିବାରର ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରି ନମାଜ ପାଠ କରିବା ସହ ସମସ୍ତଙ୍କୁ ମିଲାଦ ସରିଫ ବା ଶୁଭେଚ୍ଛା ଜଣାଇଥିଲେ। ପରେ ସ୍ଥାନୀୟ ଜମା ମସ୍‌ଜିଦ ପକ୍ଷରୁ ସୁସଜ୍ଜିତ ମେଢରେ ଛୋଟ ଶିଶୁଠୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ହାତରେ ପତକା ଧରି ଏକ ବିରାଟ ଶୋଭାଯାତ୍ରା (ଜୁଲୁସ୍)ରେ ନଗର ପରିକ୍ରମା କରି ଜୁନାଗଡ ସହରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ନଗର ପରିକ୍ରମାରେ ଇମାମ ମୁଫତି ଗୁଲାମ ୟାସିନ, ମୌଜାନ ଅତାଉର୍ ରେହମାନ, ନାଟଖାନ ମହମ୍ମଦ ସାକିବ ରାଜା ସହ ସୁନ୍ନି ବରେଲେଭି ଜାମା ମସଜିଦ ଜୁନାଗଡ ସମ୍ପ୍ରଦାୟ ସଭାପତି ହାସନ ଖାନ, ସମ୍ପାଦକ ଶେଖ ୱାହିଦ ଖାନ, ଅବଦୁଲ ମଜିଦ ସୋଲାଙ୍କି, ମହମ୍ମଦ ହାନିପ, ୟୁସୁଫ ଖାନ, ରାହି ଖାନ, ଅମନ ଖାନ, ଆସପାକ ମହମ୍ମଦ, ଗୁଲାମ୍ ସୋଲଙ୍କି, ସାହିଲ ଖୁରେଶି, ରଫିକ ଖାନ, ସେଖ ରୋସନ ଆଲି, ଅବଦୁଲ ହମିଦ, ଅବଦୁଲ ସତ୍ତର, ରେହାନ ଖାନ ଓ ସମସ୍ତ ସୁନ୍ନି ଭାଇ ମାନେ ପ୍ରମୁଖ ଉପସ୍ଥିତ ରହି ମହମ୍ମଦଙ୍କ ଜୟନ୍ତୀ ପାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.