ଗୁରୁ କୃପା ସେବା ଟ୍ରଷ୍ଟ ଟିଟିଲାଗଡ଼ ପକ୍ଷରୁ ଗୁରୁଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଓ ଜାମଖୁଣ୍ଟା ସ୍କୁଲରେ ଗୁରୁ କୃପା ସେବା ଟ୍ରଷ୍ଟ ଟିଟିଲାଗଡ଼ ଆନୁକୁଲ୍ୟରେ ଗୁରୁଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା କେଦାର କବାଟ ଯାଦବ, ଶରତ ବଗର୍ତ୍ତି, ତୁଲାରାମ୍ ମାଝି, ନେପାଳ ରଣା, ମନୋଜ ଭାଇ, ସୁରେଶ କୁମ୍ଭାର, ନିରଞ୍ଜନ ସେଲମା, ଜାମଖୁଣ୍ଟ ସ୍କୁଲର ପ୍ରଧାନ ଶିକ୍ଷାୟତ୍ରୀ ମଞ୍ଜୁରୀ ସେଠ, ମିତା ସ୍ୱାଇଁ, ଅମ୍ରିତା ମହାନ୍ତି, ଗୀତ ଦଣ୍ଡସେନା ଓ ସଭାପତି ସୁରେଶ କୁମ୍ଭାର ଉପସ୍ଥିତ ରହି ଗୁରୁଦିବସର ତାତ୍ପର୍ଯ୍ୟ ଓ ଜୀବନରେ ଗୁରୁ ଗ୍ରହଣର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେହିପରି ଭାବେ ଧରପଗଡ଼ ହାଇସ୍କୁଲ ସାମ୍ନାରେ ଥିବା ଆଲଫା ଟିଉଶନ ସେଣ୍ଟେରର ଛାତ୍ରଛାତ୍ରୀମାନେ ତାଙ୍କ ଶିକ୍ଷକ ଅକ୍ଷୟ ପଧାନଙ୍କୁ ସମ୍ମାନ ଜଣେଇ ଗୁରୁ ଦିବସ ପାଳନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.