ଶିଶୁମନ୍ଦିର ବ୍ରଜବିହାର ଠାରେ ଗୁରୁଦିବସ ପାଳନ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଶିଶୁମନ୍ଦିର ବ୍ରଜବିହାର ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ଦ୍ୱାରା। ପ୍ରାରମ୍ଭିକ ସଂଗୀତ ଗାଇଥଲେ ଶିଶୁ ଭାଇଭଉଣୀ ମନେ।ମୁଖ୍ୟ ଅତିଥି ଥିଲେ ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରତ୍ନତତ୍ୱବିତ ଓ ଗବେଷକ ଡକ୍ଟର ବାବା ମିଶ୍ର, ସମ୍ମାନିତ ଅତିଥି ପରିଚାଳନା କମିଟି ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ। ଦିବସର ମହତ୍ତ୍ୱ ବିଷୟରେମୁଖ୍ୟ ଅତିଥି ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ବିଷୟରେ ଏବଂ ଗୁରୁ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ସୁନ୍ଦର ଭାବରେ ପ୍ରତିପାଦନ କରିଥିଲେ ନିଜ ବକ୍ତବ୍ୟରେ। ଗୁରୁଜୀ କୌସ୍ତୁଭମଣି ବାଗ ଏବଂ ଅୟସକାନ୍ତ ପତି ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା ନବମ ଓ ଦଶମ ର ଭାଇ ଭଉଣୀଙ୍କ ଦ୍ୱାରା ବରିଷ୍ଠ ଗୁରୁଜୀ ଗୋଦାବରୀଶ ମିଶ୍ରଙ୍କନିର୍ଦେଶ କ୍ରମେ।ଅତିଥିଙ୍କ ପରିଚୟପ୍ରଦାନ କରିଥିଲେ ସନ୍ତୋଷିନୀ ଆଚାରୀ। ଗୁରୁଜୀ ଗୁରୁମା ଏବଂ ସମସ୍ତ ସେବକ ସେବିକା ଙ୍କ ପୂଜନ ହୋଇଥିଲା ଶିଶୁଙ୍କ ଦ୍ୱାରା। ଧନ୍ୟବାଦ ଦେଇଥିଲେ ସୁନିତା ରାଉଳ। ଶିଶୁ ପ୍ରାରମ୍ଭ ଠାରୁ ଦଶମ ପର୍ଯ୍ୟନ୍ତ ଗୁରଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.