ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ବିଦ୍ୟାଳୟରେ ଗୁରୁଦିବସର ଭବ୍ୟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ସ୍କୁଲରେ ଗୁରୁ ଦିବସ ପାଳନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା କଲ୍ୟାଣ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାୟକ ଏବଂ ବିଷମ କଟକ ଶିକ୍ଷକ ତାଲିମ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଜଗନ୍ନାଥ ମେହର ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲାପାଳ କହିଥିଲେ ଯେ ସେ ଶିକ୍ଷକତା ବୃତ୍ତିକୁ ବହୁତ ଭଲ ପାଆନ୍ତି ସେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଖୁସି ବ୍ୟକ୍ତ କରନ୍ତି କିନ୍ତୁ ଅନେକ ଛାତ୍ର ଦୁର୍ଗମ ଅଞ୍ଚଳରେ ପାଠ ଛାଡ଼ୁଛନ୍ତି | ତେଣୁ ସେହି ଛାତ୍ର ମାନଙ୍କୁ ଫେରାଇ ଆଣି ଶ୍ରେଷ୍ଠ ଛାତ୍ର କରିବା ଉଚିତ ଏବଂ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ଉଚିତ । ସେ ଶିକ୍ଷକ ମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ । ଏହା ପରେ ୨୫ ଜଣ ଶିକ୍ଷକଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.