ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରୁପ୍ରାରୋଡଠାରେ ଗୁରୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରୁପ୍ରାରୋଡ ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ଠାକୁର ପୂଜନ ପରେ ଛାତ୍ରଛାତ୍ରୀ ମାନେ ଗୁରୁଜୀ ଓ ଗୁରୁମା ମାନଙ୍କୁ ଫୁଲ ଚନ୍ଦନ ଦେଇ ଆଶୀର୍ବାଦ ନେଇଥିଲେ। ଏହାପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷକ ମାନେ ହେଉଛନ୍ତି ସମାଜର ଦିଗଦର୍ଶକ ଓ ଶିକ୍ଷକମାନଙ୍କର ସମାଜ ପ୍ରତି ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ରହିଛି, ଗୁରୁ ବିନା ଆଲୋକ ଥାଇ ମଧ୍ୟ ସବୁ ଅନ୍ଧାର। ଏଣୁ ଗୁରୁଙ୍କ ପଦାଙ୍କ ଅନୁକରଣ କରିବା ବିଧେୟ ବୋଲି ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଶିବରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.