ନିର୍ଯାତନା ଆଇନକୁ ଦୁର୍ବଳ କରିବା ଷଡଯନ୍ତ୍ର ବିରୁଦ୍ଧରେ ବିଧାୟକଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ୩୦ ତାରିଖ ଦିନ ଓଡିଶା ସରକାର ଆଦିବାସୀ ଓ ଦଳିତ ନିର୍ଯାତନା ଆଇନ ଉପରେ ଏକ ସଂଶୋଧନ ଜାରି କରିଛନ୍ତି। ପୂର୍ବରୁ ଏହି ଆଇନ ଅନୁସାରେ ତଦନ୍ତ ଅଧିକାରୀ ଭାବରେ ଡ଼ିଏସପି କିମ୍ବା ତଦୁର୍ଦ୍ଧ ରେଙ୍କର ଅଧିକାରୀ ରହୁଥିଲେ। ହେଲେ ବର୍ତମାନ ଗୃହ ବିଭାଗ ଦ୍ୱାରା ଜାରି କରିଥିବା ଵିଜ୍ଞାପନ ଅନୁସାରେ ଉକ୍ତ ଦାଇତ୍ୱ ଇନ୍ସପେକ୍ଟର କିମ୍ବା ସବ ଇନ୍ସପେକ୍ଟର କରିବେ। ଏଭଳି ହେଲେ ଉକ୍ତ ଆଇନର ଗୁରୁତ୍ୱ କମିଯିବ। ଢିଲା ତଦନ୍ତ ବ୍ୟବସ୍ଥା ହେତୁ ଦୋଷୀ ମାନେ ଅଦାଲତରୁ ଖସି ଯିବାର ପୂର୍ଣ୍ଣ ସମ୍ଭାବନା ରହିଛି। ତଳ ସ୍ତରରେ ତଦନ୍ତ ଅଧିକାରୀମାନେ ସହଜରେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହେବେ। ଫଳରେ ପୀଡିତ ମାନେ ଅଦାଲତରୁ ନ୍ୟାୟ ପାଇବାର କମ ସମ୍ଭାବନା ଅଛି ବୋଲି ଆଜି ମୂଳନୀବାସୀ ବହୁଜନ ମିଳିତ ମହାସଂଘ, ଜିଲ୍ଲା ଆଦିବାସୀ ସଂଘ, ଏଓଏସସିଏଫ, ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଭେଟି ଏଭଳି ଅଭିଯୋଗ କରିଛନ୍ତି। ତାଙ୍କୁ ଦିଆଯାଇଥିବା ଦାବୀ ପତ୍ରରେ ସରକାରଙ୍କୁ ଏହି ଦଳିତ ଆଦିବାସୀ ସ୍ୱାର୍ଥ ବିରୋଧୀ ନୀତିକୁ ସମାଲୋଚନା କରି ଆଗାମୀ ଦିନରେ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଆଇନ ହେଉଛି ଏକ କେନ୍ଦ୍ରୀୟ ଆଇନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.